କୀଟନାଶକ ନିରାପଦ ବ୍ୟବହାର ଉପରେ ସଚେତନତା ତାଲିମ କାର୍ଯ୍ୟକ୍ରମ

ଗଂଜାମ, (ବିନୋଦ ପଲାଇ):ଗଂଜାମ ବ୍ଲକ୍ କୃଷକ ମାନଙ୍କୁ କୀଟନାଶକ ନିରାପଦ ବ୍ୟବହାର ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ କୃଷି ସୂଚନା ପରାମର୍ଶ କେନ୍ଦ୍ର ଗଂଜାମ ଠାରେ ଅନୁଷ୍ଠିତ ହୋଇଥିଲା । ଚାଷ ଉପରେ ନିର୍ଭର କରୁଥିବା ଲୋକେ ଭଲ ଅମଳ ପାଇଁ ଚାଷ ଜମିରେ କିଟନାଶକ ବ୍ୟବହାର କରିଥାନ୍ତି । ପରିବା ଚାଷକୁ ରୋଗ ପୋକ ଦାଉରୁ ରକ୍ଷା କରିବା ପାଇଁ ମାତ୍ରାଧିକ ରାସାୟନିକ ସାର ଓ ଔଷଧ ପ୍ରୟୋଗ କରନ୍ତି । ଫଳରେ ଜମିର ଉର୍ବରତା କମିବା ସହ ଚାଷରେ ପ୍ରୟୋଗ ହେଉଥିବା କିଟନାଶକ ଯୋଗୁଁ ଲୋକେ ସ୍ୱାୟୁଜନିତ ଓ କ୍ୟାନସର ବୋଳି ରୋଗରେ ପଡ଼ିଥାନ୍ତି । କିଟନାଶକ ପ୍ରୟୋଗ ବେଳେ ସତର୍କତା ଅବଲମ୍ବନ କରିବା ସହ ଜୈବିକ ପଦ୍ଧତିରେ ଚାଷ କରିବା ଉଚିତ୍ ବୋଲି ଅତିରିକ୍ତ କୃଷି ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ନାଥ ସଚେତନତା କରିଥିଲେ । ଏହି କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲା କୃଷି ଅଧିକାରୀ ବିଦୁର ସେଠ ମାଝୀ, ଛତ୍ରପୁର ବ୍ଲକ କୃଷି ଅଧିକାରୀ ରାଧାଗୋବିନ୍ଦ ଦେ, ଗଂଜାମ ଉଦ୍ୟାନ କୃଷି ଅଧିକାରୀ, ସ୍ନିଗ୍ଧା ମିଶ୍ର, ଅତିରିକ୍ତ କୃଷି ନିର୍ଦେଶକ ଶ୍ରୀ ପ୍ରଶାନ୍ତ କୁମାର ନାଥ, ସହକାରୀ କୃଷି ଅଧିକାରି ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ସମସ୍ତ ଗଂଜାମ ବ୍ଲକ୍ କୃଷି କର୍ମଚାରୀ ସମେତ ଏଥିରେ ଗଂଜାମ ବ୍ଲକର ୧୦୦ ଅଧିକ ଚାଷୀ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ