କୀଟନାଶକ ପିଇଥିବା ଛାତ୍ରର ଚିକିତ୍ସାଧିନ ଅବସ୍ଥାରେ ମୃତୁ୍ୟ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଭାନୁପ୍ରୀୟା ହାଇସ୍କୁଲ ଜମ୍ଭରାର ୯ମଶ୍ରେଣୀର ଛାତ୍ରର ଆଜି ଚିକିତ୍ସାଧିନ ଅବସ୍ଥାରେ ମୃତୁ୍ୟ ଘଟିଛି । ସୁଚନାରୁ ଜଣାଯାଇଛି ଯେ ହାବଳେଶ୍ୱର ପଞ୍ଚାୟତ ଢ଼ାଇପୋଢଖରୀ ଗ୍ରାମର ରମାକାନ୍ତ ସାଙ୍କ ୧୪ବର୍ଷୀୟ ପୁଅ ସୌମ୍ୟ ରଞ୍ଜନ ସା ଭାନୁପ୍ରୀୟା ହାଇସ୍କୁଲ ଜମ୍ଭରାର ୯ମ ଶ୍ରେଣୀର ଛାତ୍ର ଥିଲା । ଗତ ୧୫ଦିନ ତଳେ କୌଣସି କାରଣକୁ ନେଇ ସେ ଘରେ ରଖାଯାଇଥିବା ଘାସ ବିଷ ପିଇଦେଇ ସ୍କୁଲକୁ ପଳାଇଥିଲା । ସ୍କୁଲରେ ବାନ୍ତି କରିବାପରେ ଶିକ୍ଷକ ମାନେ ଜାଣିବାପରେ ତାକୁ ତୁରନ୍ତ ଯାଜପୁର ଟାଉନ ଡାକ୍ତରଖାନାକୁ ନେଇଯାଇଥିଲେ । ପରେ ତାର ଅବସ୍ଥା ଗୁରୁତର ହେବାରୁ ତାକୁ ସମ ହସପିଟାଲ ନିଆଯାଇ ଚିକିତ୍ସା କରାଯାଉଥିବାବେଳେ ଆଜି ସେ ମୃତୁ୍ୟବରଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ