କୀଟନାଶକ ପିିଈ ଅଙ୍ଗନବାଡି କର୍ମୀଙ୍କ ଆତ୍ମହତ୍ୟା
ହାଟଡିହି ,(ଯୁଗାବ୍ଦ ନ୍ୟୁଜ୍) : ଜିଲ୍ଲା ଘୋଷରାପଦା ଗ୍ରାମର ଅଙ୍ଗନବାଡି କର୍ମୀ କୀଟନାଶକ ମେଡିସିନ ଖାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଅଙ୍ଗନବାଡି କର୍ମୀଙ୍କ ପରିଚୟ ଘୋଷରାପଦା ଗ୍ରାମର ସୁଭଦ୍ରା ବେହେରା ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ କୈାଣସି ଘଟଣାକୁ କେନ୍ଦ୍ର କରି ପାରିବାରିକ ଲାଗିରହିଥିଲା । ଗତ ତିନି ଦିନ ତଳେ ପାରିବାରିକ କୈାଣସି ଘଟଣାକୁ କେନ୍ଦ୍ର କରି ପାଟିତୁଣ୍ଡ ହୋଇଥିବା ବେଳେ ସେ ମାନସିକ ଚାପରେ ଘରେ ଥିବା କୀଟନାଶକ ମେଡିସିନ ଖାଇ ଗୁରୁତର ଆହାତ ହୋଇଥିଲେ । ଗୁୁରତର ଅବସ୍ଥାରେ ତାଙ୍କୁ ଉଦ୍ଦାର କରି ପ୍ରଥମେ ତାଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତିକରାଯାଇଥିଲା । ସେଠାରେ ତାଙ୍କୁ ଭୁବନେଶ୍ୱର ଆପୋଲ ହସପିଟାଲରେ ଭର୍ତ୍ତିିକରାଯାଇ ଚିକିତ୍ସା ଚାଲିଥିବାତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ଖବର ପ୍ରଚାର ହେବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।


