କୁଅରେ ପଡ଼ି ଯୁବକଙ୍କ ମୃତୃ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅନ୍ତର୍ଗତ କଂସାମାରୀ ପଞ୍ଚାୟତ ଅନ୍ତର୍ଗତ ଧରମପୁର ଗ୍ରାମରେ ଜଣେ ବ୍ୟକ୍ତି ଙ୍କ କୂଅ ମଧ୍ୟରେ ଗଳି ପଡ଼ି ମୃତ୍ରୁ ହୋଇଥିବା ଜଣାପଡ଼ିଛି। ଘଟଣାରୁ ଜଣାପଡ଼ିଛି ଅସାବଧାନତା।ଯୋଗୁଁ ରବିବାର ବିଳମ୍ବିତ ସନ୍ଧ୍ୟାରେ ଘର ଭିତରେ ଥିବା କୂଅରେ ଗଳି ପଡି ମୃତ୍ୟୁବରଣ କରିଥିବା ଜଣାପଡିଛି । ମୃତକ ଜଣକ ଉକ୍ତ ଗ୍ରାମର ଜି . ଦଣ୍ଡପାଣି ଦୋରା (୫୪) ବୋଲି ସୂଚନା ମିଳିଛି । ଖବରନୁଯାୟୀ ଦଣ୍ଡପାଣି ଘରେ ଏକାକି ରହୁଥିଲେ । ପରିସ୍ରା କରିବାକୁ ଯିବା ସମୟରେ ଅସାବଧାନତା ଯୋଗୁଁ କୂଅ ମଧ୍ୟରେ ପଡ଼ିଯାଇଥିଲେ। ସାହି ପଡିଶା ଲୋକମାନେ ଜାଣିବା ପରେ ପୁଡ଼ାମାରି ପୋଲିସ ଓ ସାନଖେମୁଣ୍ଡି ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ସାନଖେମୁଣ୍ଡି ଦମକଳ ବାହିନୀ କୂଅରେ ପଶିଥିଲେ ମଧ୍ୟ ଉଦ୍ଧାର କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଏପରିକି ନିଃଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହୋଇଥିଲା । ଏହାପରେ ଦିଗପହଣ୍ଡି ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିବା ପରେ ମିଳିତ ଭାବେ ଅକ୍ସିଜନ ସିଲିଣ୍ଡରର ସହାୟତା ନେଇ ଉଦ୍ଧାର କରିଥିଲେ । ଏନେଇ ପାଟପୁର ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ନଂ ୮/୨୩ ପ୍ରକାରେ ମକଦ୍ଦମା ରୁଜୁ କରାଯାଇ ତଦନ୍ତ ଚଳାଇଥିବା ପୋଡାମାରୀ ଫାଣ୍ଡି ଏ ଏସ୍ ଆଇ ପରମେଶ୍ବର ମଳିକ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ