କୁଆଁରିଆ ସେତୁ ଉପରେ ଆଲୋକ ବ୍ୟବସ୍ଥା ଦାବି
ଦଶପଲ୍ଲା (ଜୁଗାବ୍ଦ ନ୍ୟୁଜ୍): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ଜନଗହଳିପୂର୍ଣ୍ଣ ଦୁର୍ଗାବଜାର ନିକଟରେ ଥିବା କୁଆଁରିଆ ସେତୁ ଉପରେ ଆଲୋକ ବ୍ୟବସ୍ଥା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି । ଏହି ସେତୁ ଉପରେ କୌଣସି ଆଲୋକ ବ୍ୟବସ୍ଥା ନଥିବାରୁ ବିଭିନ୍ନ ସମୟରେ ଅନେକ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି । ଦୁର୍ଗାବଜାରଠାରୁ ବାରପୁକିଆ ଛକ ପର୍ଯ୍ୟନ୍ତ ସର୍ବଦା ଜନଗହଳି ରହି ଆସୁଛି । ବିଶେକରି ରାତିରେ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଶତାଧିକ ଛାତ୍ରଛାତ୍ରୀ ଯାତାୟାତ କରିବା ସମୟରେ ଏହା ଉପରେ ଟ୍ରାଫିକ ସମସ୍ୟା ଦେଖାଯାଉଛି । ଏଥିପ୍ରତି ଏନ୍ଏସି କର୍ତ୍ତୃପକ୍ଷ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି ।