କୁଆଁରୀ ରଜ

ପାନ ପୋଡ଼ପିଠା
ମିଠା ବାସନାରେ
ମହକି ଉଠୁଛି ରଜ,
କୁଆଁରୀ ମନରେ
ଅପାର ଆନନ୍ଦ
ହେଉଛି ସେ ସଜବାଜ ।

ସାହିର ସଙ୍ଗାତ
ବଉଳ ମେଳରେ
ଖେଳି ରଜଦୋଳି ଖେଳ,
ମିଠା ପାନ ଖାଇ
ଗୀତରେ ଗାଇବ
ସରୁଛି କୁଆଁରୀ ବେଳ ।

ମାଟିର ମହକ
ଆଷାଢ ବର୍ଷାରେ
ମନରେ ଭରେ ଆନନ୍ଦ,
କୁଆଁରୀ ମନରେ
ଆଶା ଅସୁମାରୀ
ହୃଦୟେ ଅକୁହା ଦ୍ବନ୍ଦ ।

ସଜବାଜ ହୋଇ
ପହିଲି ରଜରେ
ଭାବନା ରାଇଜେ ଖେଳେ,
ରଜଦୋଳି ଖେଳି
ଆଗକୁ ଉଠଇ
ସ୍ବପ୍ନକୁ ଛୁଇଁବ କାଳେ ।

ସ୍ବପ୍ନ ଆସେ ଯାଏ
ସ୍ବପ୍ନର ବାଟରେ
ସରେ ରଜଦୋଳି ଖେଳ,
ବୟସ ଦୋଳିର
ଖେଳ ନ ସରଇ
ଖେଳେ ଏ କୁଳ ସେ କୁଳ ।

ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ