କୁଆଖିଆରେ ବାଇକ ଡ଼ିକି ଭାଙ୍ଗି ଲୁଟିନେଲେ ୧ଲକ୍ଷ ୬୦ହଜାର ଟଙ୍କା

ଯାଜପୁର : ଦିନ ଦ୍ୱିପ୍ରହରରେ କୁଆଖିଆ ବଜାରରୁ ଟଙ୍କା ଲୁଟ । ବାଇକ ଡିକି ଭାଙ୍ଗି ୧ଲକ୍ଷ ୬୦ହଜାର ଟଙ୍କା ଲୁଟିନେଲେ ଦୁର୍ବୁତ୍ତ। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ପ୍ରଥମାଖଣ୍ଡ ପ୍ରାଥମିକ କୃଷି ସେବା ସମବାୟ ସମିତିର ସମ୍ପାଦକ ପ୍ରଶାନ୍ତ କୁମାର ସାହାଣୀ ଆଜି ଏହି ଟଙ୍କା ଆଦାୟ କରି କୁଆଖିଆ ବଜାରରେ ଥିବା କୋ-ଅପରେଟିଭ ବ୍ୟାଙ୍କକୁ ଡ଼ିପୋଜିଟ ପାଇଁ ଯାଇଥିଲେ। ବ୍ୟାଙ୍କରୁ ମାତ୍ର କିଛି ମିଟର ଦୂରରେ ଦୁଇଜଣ ଚାଷୀ ଭେଟ ହେବାରୁ ବାଇକ ରଖି ତାଙ୍କ ସହ କଥା ହୋଇଥିଲେ। ଠିକ ଏହି ସମୟରେ ଦୁଇ ଜଣ ଦୁର୍ବୁତ୍ତ ଏକ ବାଇକରେ ଆସି ଗାଡିର ଡ଼ିକି ଭାଙ୍ଗି ଟଙ୍କାକୁ ଲୁଟି ନେଇ ଚମ୍ପଟ ମାରିଥିଲେ। ଖବର ପାଇ କୁଆଖିଆ ପୋଲିସ ଘଟଣାସ୍ଥଳରେ ପହଂଚି ବ୍ୟାଙ୍କରେ ଲାଗିଥିବ ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି। ଏ ସମ୍ପର୍କରେ ସମିତିର ସମ୍ପାଦକ ପ୍ରଶାନ୍ତ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିବା ଜଣାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ