କୁଆନନ୍ଦ ଗ୍ରାମର ଶହେରୁ ଉର୍ଦ୍ଧ୍ବ ପରିବାର କଲେ ଶଙ୍ଖନାଦ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବ୍ଲକ ଅନ୍ତର୍ଗତ ବର୍ତ୍ତିନୀ ପଞ୍ଚାୟତର କୁଆନନ୍ଦ ଗ୍ରାମରେ ସେପ୍ଟେମ୍ବର ୯ ତାରିଖ ଦିନ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ମନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ କୁଆନନ୍ଦ ଗ୍ରାମର ସନ୍ୟାସୀ ପାତ୍ରଙ୍କ ସମେତ ଶହରୁ ଉର୍ଦ୍ଧ୍ବ ପରିବାର ବିଜେପି ତ୍ୟାଗକରି ବିଜୁ ଜନତା ଦଳ ରେ ସାମିଲ ହୋଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ଜନହିତକର ଯୋଜନା ଏବଂ ପୋଲସରା ବିଧାୟକ ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ କାର୍ଯ୍ୟ ଦକ୍ଷତା ଓ ଜନସମ୍ପର୍କ ରେ ଅନୁପ୍ରାଣିତ ହୋଇ କୁଆନନ୍ଦ ଗ୍ରାମର ୧୦୦ ରୁ ଉର୍ଦ୍ଧ୍ବ ପରିବାର ବିଜେପି ତ୍ୟାଗକରି ବିଜୁ ଜନତା ଦଳରେ ସାମିଲ ହୋଇଥିବା ପ୍ରକାଶ କରିଥିଲେ ପୂର୍ବତନ ସରପଞ୍ଚ ଦଣ୍ଡପାଣି ରାଉତ , ବେଲଗାଁର ପୂର୍ବତନ ସରପଞ୍ଚ କାହ୍ନୁ ଚରଣ ସାହୁ , ରତ୍ନାକର ରାଉତ, ଅରିକ୍ଷୀତ ଜେନା , ପ୍ରବୀଣ ପାଣିଗ୍ରାହୀ , ନରେଶ ବିଷୋୟୀ , କୈଳାଶ ଚନ୍ଦ୍ର ପଣ୍ଡା। ଦିନକୁ ଦିନ ପୋଲସରା ବ୍ଲକରେ ଜାତୀୟ ଦଳ ବିଜେପିର ଦୁର୍ବଳ ହେବାରେ ଲାଗିଛି। ଦୁର୍ବଳ ନେତୃତ୍ୱ ଯୋଗୁଁ ବହୁ ବିଜେପି ର ନେତା ଓ କର୍ମୀ ନିଜ ପାର୍ଟିରୁ ମୁହଁ ଫେରାଉ ଥିବା ଜଣାପଡିଛି। କୁଆନନ୍ଦ ଗ୍ରାମରେ ବିଜେଡିର ଏହି ମିଶ୍ରଣ ପର୍ବ ବିଜେପି କୁ ଏକ ଶକ୍ତ ଧକ୍କା କହିଲେ ଅତ୍ୟୁକ୍ତି ହେବନାହିଁ । ଏହି ମିଶ୍ରଣ ପର୍ବରେ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ , ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବିଷୋୟୀ , ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ରାଜେନ୍ଦ୍ର କୁମାର ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ସରପଞ୍ଚ ସଞ୍ଜୁଲତା ଡାକୁଆ, ସମିତି ସଭ୍ୟା ସୁଜ୍ଞାନୀ ରାଉତ, ସନ୍ତୋଷ କୁମାର ସାହୁ , ରଞ୍ଜନ କୁମାର ସାହୁ ଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ