କୁଇ ଜାତିର ଉନ୍ନତି ପାଇଁ ସରକାର ପଦକ୍ଷେପ ନେବା ଆବଶ୍ୟକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲାର ମୋହନା ହାଇସ୍କୁଲ ଖେଳ ପଡିଆ ଠାରେ ଆଜି କୁଇ(କନ୍ଧ) ଉନ୍ନୟନ ସମିତି ତରଫରୁ ମହାସମ୍ମିଳନୀ ଆୟୋଯିତ ହୋଇଯାଇଛି । କୁଇ ଜାତିର ଉନ୍ନତି ପାଇଁ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ମହାସମ୍ମିଳନୀରେ ଦାବୀ କରାଯାଇଛି । ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ,କୁଇ ସମାଜର ଉନ୍ନତି ପାଇଁ ସରକାରଙ୍କ ଠାରେ ଆବଶ୍ୟକ ଉଦ୍ୟମ କରିବି । ମୋର ବିଧାୟକ ପାଣ୍ଠିରୁ କୁଇ ସମାଜର କାର୍ଯ୍ୟାଳୟ ନିର୍ମାଣ ପାଇଁ ଆବଶ୍ୟକ ଅନୁଦାନ ପ୍ରଦାନ କରିବି । ଅନ୍ୟତମ ଅତିଥି ଭାବେ ମୋହନା ବିଡିଓ ବଂଶୀଧର ଖୋସଲା ଯୋଗ ଦେଇଥିଲେ । କୁଇ ସଙ୍ଗଠନର ସଭାପତି ବାଡିକା ମାଝି,ସମ୍ପାଦକ ଶରତ ମଲିକ,କୁଇ ନେତା ଜାକବ ମାଝି ପ୍ରମୁଖଙ୍କ ସହ ବହୁ କୁଇ ନେତା ଯୋଗଦେଇ,ଖାଲି ପଡିଥିବା ସମସ୍ତ କୁଇ ସିକ୍ଷକଙ୍କ ପଦବୀ ପୁରଣ,କୁଇ ଉନ୍ନୟନ ପରିଷଦ ଗଠନ ଆଦି ବିଭିନ୍ନ ଦାବୀ ମହାସମ୍ମିଳନୀରେ ଉପସ୍ଥାପନ କରିଥିଲେ । ୫ହଜାରରୁ ଉର୍ଦ୍ଧ କୁଇ ନରନାରୀଙ୍କ ଉପସ୍ଥିତିରେ ଏହି ମହାସମ୍ମିଳନୀ ପାଳିତ ହୋଇଥିଲା ।