କୁଇ ସମାଜର ୪୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା କୁଇ ସମାଜ ପକ୍ଷରୁ ମୋହନା ବ୍ଲକ ଅନ୍ତର୍ଗତ ରାଣୀଖମା ଗ୍ରାମରେ କୁଇ ସମାଜର ୪୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଦୁଇଦିନ ଧରି ଚାଲିବ । ଏହି ବାର୍ଷିକ ଉତ୍ସବ ସଭାରେ ଗଞ୍ଜାମ ଓ ଗଜପତି ଜିଲ୍ଲା କୁଇ ସମାଜ ଏକ ହୋଇ ପ୍ରଥମ ଦିନରେ ସମାଜର କାର୍ଯ୍ୟାଳୟ ଓ ଗୃହ ନିର୍ମାଣ ପାଇଁ ରାଣୀଖମା ଗ୍ରାମ ନିକଟରେ ଭୂମି ପୂଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କୁଇ ସମାଜର ସଭାପତି କବିରାଜ ମଳିକ, କମିଟି ସଭ୍ୟ ପୂର୍ଣ୍ଣଚନ୍ଦ୍ର ମଳିକ, ହରି ମଳିକ, ଟଙ୍କଧର ମଳିକ, ଶରତ ମଳିକ, ରମାକାନ୍ତ ମଳିକଙ୍କ ସମେତ କୁଇ ସଂଗଠନ ଦାୟିତ୍ୱରେ ରହିଥିବା ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । କରୋନା କଟକଣା ଯୋଗୁ ଏହି ବାର୍ଷିକ ଉତ୍ସବ କିଛି ବର୍ଷ ହେଲା ବନ୍ଦ ରହିଥିବା ବେଳେ ପୁଣି ଶନିବାର ଦିନ ଏହି ଉତ୍ସବ ପାଳନ କରାଯାଇଛି । ୪୦ବର୍ଷ ପୂର୍ତ୍ତି ଉତ୍ସବରେ ସଂସ୍କାର କାର୍ଯ୍ୟକ୍ରମ ରହିଥିବା ବେଳେ ଧର୍ମ ପାଠ ଏବଂ ଯେଉଁ ଭାଇ ଭଉଣୀମାନେ କୁଇ ହିନ୍ଦୁ ଧର୍ମ ଛାଡି ଅନ୍ୟ ଧର୍ମକୁ ଯାଇଛନ୍ତି ସେମାନଙ୍କୁ ପୁଣି ହିନ୍ଦୁ ଧର୍ମକୁ ଆଣିବା ସହ ପ୍ରତ୍ୟେକ ଗ୍ରାମରେ ସତସଂଘ କରିବା ଯେଭଳି କୁଇ ସମାଜ ତାର ଧର୍ମକୁ ବଜାୟ ରଖିବ ତାହା ଉପରେ ଭାଷଣ ଦେଇଥିଲେ ମଞ୍ଚାସୀନ ଅତିଥି ମାନେ । ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ