କୁଏତରେ ଗଂଜାମର ଯୁବକଙ୍କ ମୃତ୍ୟୁ

ଛତ୍ରପୁର, (ଓ୍ବାଇଏନ୍ଏସ୍):ଗଂଜାମ ଜିଲ୍ଲାର ଜଣେ ଯୁବକଙ୍କର କୁଏତରେ ମୃତ୍ୟୁ ହୋଇଛି । ତାଙ୍କର ନାମ ଡି. ରମେଶ (୨୯) ବୋଲି ଜଣାପଡ଼ିଛି । ତାଙ୍କ ଘର ଛତ୍ରପୁର ବ୍ଲକ ଅନ୍ତର୍ଗତ କାଳୀପଲ୍ଲୀ ପଂଚାୟତର ବଡ଼ପୁଟି ଗ୍ରାମ ର l ରମେଶଙ୍କ ମୃତ୍ୟୁ ଖବର ଜାଣିବା ପରେ ତାଙ୍କର ପିତା ଡି. ଗଣପତି ଛତ୍ରପୁର ଜିଲ୍ଲାଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ କୁ ଆସି ମୃତଦେହ ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି । ରମେଶ କୁଏତ ସ୍ଥିତ ଏକ ଘରୋଇ କମ୍ପାନୀରେ ୱେଲଡର କାମ କରୁଥିଲେ । କୋଣସି ପ୍ରକାରରେ ତାଙ୍କର ମୃତ୍ୟୁ ହୋଇଥିଲା ।ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ସକାଳୁ ତାଙ୍କର ସହକର୍ମୀମାନେ ରମେଶଙ୍କ ପାଖକୁ ଯାଇଥିଲେ । କିନ୍ତୁ ସେତେବେଳକୁ ରମେଶଙ୍କ ମୃତ୍ୟୁ ହୋଇ ସାରିଥିଲା । ଏହା ପରେ ରମେଶଙ୍କ ସହକର୍ମୀମାନେ କୁଏତ ରୁ ବଡ଼ପୁଟି ର ତାଙ୍କ ଘରଲୋକଙ୍କୁ ଫୋନରେ ମୃତ୍ୟୁ ଖବର ଦେଇଥିଲେ ।ରମେଶଙ୍କ ବାପା ଡି ଗଣପତି ଓ ଗ୍ରାମବାସୀ ମଙ୍ଗଳବାର ଅପରାହ୍ନ ରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ପହଞ୍ଚି ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ରେ ଥିବା କର୍ତ୍ତୃପକ୍ଷଙ୍କୁ ସମସ୍ତ ଘଟଣା ସଂପର୍କରେ ଅବଗତ କରିଛନ୍ତି । ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ରମେଶଙ୍କ ସଂପର୍କରେ ସମସ୍ତ ତଥ୍ୟ ରଖିଛନ୍ତି lସୂଚନାଯୋଗ୍ୟ, ଡି. ରମେଶ ନିଜର ଅନ୍ୟ ସାଙ୍ଗମାନଙ୍କର ସହିତ ଗତ ଜାନୁଆରି ମାସରେ କୁଏତ ଯାଇଥିଲେ । ସେଠାରେ ସେ ଭଲ ପଇସା ରୋଜଗାର କରୁଥିଲେ । ନିଜେ ଚଳିବା ସହିତ ପରିବାରକୁ ମଧ୍ୟ କିଛି ଟଙ୍କା ପଠାଉଥିଲେ । ରମେଶଙ୍କ ମୃତ୍ୟୁ ପରେ ପରିବାର କେମିତି ଚଳିବ ଓ ତାଙ୍କର ମୃତଦେହ ପୈତୃକ ଗ୍ରାମକୁ କେମିତି ଫେରିବ ସେ ନେଇ ସମସ୍ତଙ୍କର ଚିନ୍ତାବଢ଼ିଛି । ରମେଶ ତିନି ବର୍ଷ ତଳେ ବିବାହ କରିଥିଲେ । ତାଙ୍କର ଦେଢ଼ ବର୍ଷର ଶିଶୁ କନ୍ୟା ମଧ୍ୟ ଅଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ