କୁକୁଡ଼ାଖଣ୍ଡିରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
ବ୍ରହ୍ମପୁର,(ୱାଇଏନ୍ଏସ୍): କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ବନ୍ଥପଲ୍ଲୀ ଗ୍ରାମରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ଆହତ ହୋଇଥିବା ଯୁବକ ଜଣକ ଉକ୍ତ ଗ୍ରାମ ବାଲିସାହିର ପଞ୍ଚୁ ଭୂୟାଁ। ଗାଁ ଛକ ମନ୍ଦିର ନିକଟରେ ରାସ୍ତା ଉପରେ କିଛି ଦୁର୍ବୁତ୍ତ ମିଶି ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡ଼ିଛି । ପଞ୍ଚୁ ସକାଳେ ନିକଟସ୍ଥ ନାଳକୁ ଗାଧୋଇବାକୁ ଯାଇଥିବା ବେଳେ ୮ଜଣ ଦୁର୍ବୁତ୍ତ ମିଶି ଆକ୍ରମଣ କରିଥିବା ସୂଚନା।ଏହି ଆକ୍ରମଣରେ ଗୁରୁତର ହୋଇ ଗୋଡ, ହାତ ଏବଂ ମୁଣ୍ଡରେ ପ୍ରଚୁର ଆଘାତ ଲାଗିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ଉଦ୍ୟମ। ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର ଏନେଇ ଦିଗପହଣ୍ଡି ଥାନାରେ ଅଭିଯୋଗ ହୋଇଛି ।


