କୁକୁଡ଼ା ଚାଷ କରି ସମିତି ସଭ୍ୟ ପୁରସ୍କୃତ ହେଲେ
ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପାତ୍ରପୁର ବ୍ଳକ ତଣ୍ଡିପୁର ପଞ୍ଚାୟତର ସମିତି ସଭ୍ୟ ପଞ୍ଜୁରୀ ପଦ୍ଧତିରେ କୁକୁଡ଼ା ଚାଷ କରି ରାଜ୍ୟ ଉପମୁଖ୍ୟ ମନ୍ତ୍ରୀଙ୍କ ଦ୍ଵାରା ପୁରସ୍କୃତ ହୋଇଛନ୍ତି । ତଣ୍ଡିପୁର ପଞ୍ଚାୟତ ରାଜପୁର ଗ୍ରାମର ସମିତି ସଭ୍ୟ ରାମକୃଷ୍ଣ ନାୟକଙ୍କୁ ସଫଳ ଚାଷୀ ଭାବେ ଆଜି ଭୁବନଶ୍ବର ଠାରେ ମାନ୍ୟବର ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ସମ୍ମାନିତ କରିବା ସହ ଦଶ ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଏହି ପୁରସ୍କାର ପ୍ରଦାନ ସମୟରେ ବିଭାଗୀୟ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ଏବଂ ସଚିବ ଉପସ୍ଥିତ ଥିଲେ। ରାମକୃଷ୍ଣ ରାଜ୍ୟ ସରକାରଙ୍କ ଠାରୁ ରାଜ୍ୟ ଯୋଜନାରେ ପଞ୍ଜୁରୀ ପଦ୍ଧତିରେ ଅଣ୍ଡା ଦିଆ କୁକୁଡ଼ା ପାଳନ ପାଇଁ ୨୦୨୩ ସାଲରେ ସହାୟତା ତିନି ଲକ୍ଷରୁ ଉର୍ଦ୍ଧ ଟଙ୍କା ପାଇଥିଲେ। ପ୍ରଥମେ ଏକହଜାର ଅଣ୍ଡା ଦିଆ କୁକୁଡ଼ା ପାଳନ କରିଥିଲେ। ପରବର୍ତ୍ତୀ ସମୟରେ ସେ ନିଜ ଫାର୍ମର କୁକୁଡ଼ା ସଂଖ୍ୟାକୁ ବଢାଇ ଦଶ ହଜାରରେ ପହଞ୍ଚାଇ ଦୈନିକ ୯୫୫୦ ଗୋଟି ଅଣ୍ଡା ଉପ୍ତାଦନ କରି ଅଞ୍ଚଳର ଚାହିଦା ବଢାଇ ଥିଲେ। ବାର୍ଷିକ ସେ ହାରାହାରି ୨୪ ଲକ୍ଷରୁ ଉର୍ଦ୍ଧ୍ ଟଙ୍କା ରୋଜଗାର କରିବା ସହ ଦଶ ଗୋଟି ପରିବାରକୁ ରୋଜଗାର ଯୋଗଉ ଛନ୍ତି। ସରକାରଙ୍କ ପ୍ରାଣୀ ସମ୍ପଦ ବିଭାଗ ତାଙ୍କୁ ସମସ୍ତ ପ୍ରକାର ବୈଷୟିକ ସହାୟତା ଯୋଗାଇ ଛନ୍ତି। ଦୈନିକ ସେ ଆଦାୟ କରୁଥିବା ଅଣ୍ଡା ଅଙ୍ଗାନା ବାଡି କେନ୍ଦ୍ର ଏବଂ ବଜାରରେ ବିକ୍ରୀ କରୁଛନ୍ତି। ସେ ବର୍ତ୍ତମାନ ତାଙ୍କ ନିଜ ପଞ୍ଚାୟତର ସମିତି ସଭ୍ୟ ଅଛନ୍ତି। ତାଙ୍କରି ଏହି ଉଦ୍ୟମରେ ବ୍ଲକ ପ୍ରାଣି ସମ୍ପଦ ବିଭାଗର ଅଧିକାରୀଣୀ ସସ୍ମିତା ପଣ୍ଡା ତାଙ୍କୁ ଏହି କାର୍ଯ୍ୟ ପାଇଁ ସବୁବେଳେ ସହାୟତା ଯୋଗାଇ ଥିବା ରାମକୃଷ୍ଣ ପ୍ରକାଶ କରିଛନ୍ତି। ସେ ଜଣେ ଇଞ୍ଜିନିୟର ଛାତ୍ର ହୋଇ ଥିବା ବେଳେ ଅଞ୍ଚଳରେ କୁକୁଡ଼ା ଅଣ୍ଡାର ଅଭାବ ଯୋଗଁ ଲୋକମାନେ ଆନ୍ଧ୍ର ପ୍ରଦେଶରୁ ଆଣୁଥିବା ଦେଖୁ ଏହି ଚାଷ କରିବା ମନ ବଳାଇ ଥିଲେ। ଯାହାକି ତାଙ୍କୁ ସଫଳ ଚାଷୀ ଭାବେ ଏବେ ପୁରସ୍କୃତ ମିଳିଛି।