କୁକୁଡାଖଣ୍ଡିର ସାକା ସୁଜିତ୍ ହେଲେ ପିସିସି ସମ୍ପାଦକ
କୁକୁଡାଖଣ୍ଡି, (ବିଭୁ ନନ୍ଦନ ପଣ୍ଡା): ଗଞ୍ଜାମ ଜିଲ୍ଲାରୁ ଗତ ବିଧାନସଭା ନିର୍ବାଚନରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ବିଧାୟକ ପ୍ରାଥୀ ହୋଇଥବା କୁକୁଡାଖଣ୍ଡିର ସାକା ସୁଜିତ ଙ୍କୁ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି )ସମ୍ପାଦକ ରୂପେ ମନୋନୀତ କରିଥିବାରୁ ଜିଲ୍ଲାର କଂଗ୍ରେସ କର୍ମୀ ମୋହଲରେ ପ୍ରବଳ ଉତ୍ସହ ଦେଖାଦେଇଛି। ଏଠାରେ ଉଲ୍ଲେଖ କରାଯାଇପାରେ, ସୁଜିତଙ୍କ ପରିବାର କଂଗ୍ରେସ ଦଳସହ ଦୀର୍ଘ ଦିନରୁ ରହିଆସିଛନ୍ତି।ତାଙ୍କ ପିତା ସ୍ବର୍ଗତ ସାକା ବାଲାଜୀ କୁକୁଡାଖଣ୍ଡି ବ୍ଲକ ରେ ଚେୟାରମ୍ୟାନ ରହି ଲୋକଙ୍କ ସେବା କରି ଲୋକପ୍ରିୟ ନେତା ଥିଲେ।ତେଣୁ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଂଗଠନକୁ ସୁଦୃଢ କରିବା ନିମନ୍ତେ ଅହରହ ଚେଷ୍ଟା କରିବି ବୋଲି କହିଛନ୍ତି ସାକା ସୁଜିତ, ଏହି ଦାୟିତ୍ୱ ମିଳିବା ପରେ ପ୍ରଥମେ ଭାରତୀୟ ଜାତୀୟ କଂଗ୍ରେସ ସଭାପତି ମଲ୍ଲୀକାର୍ଜୁନ ଖଡ଼ଗେ, ପିସିସି ଅଧକ୍ଷା ଶ୍ରୀମତୀ ସନିଆ ଗାନ୍ଧୀ,ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କ ସହ ରାଜ୍ୟସ୍ତରୀୟ ବରିଷ୍ଠ କଂଗ୍ରେସ ନେତୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି.