କୁକୁଡାଖଣ୍ଡି ବ୍ଲକରେ ପଞ୍ଚାୟତ ସମିତି ବୈଠକ;ସରକାରଙ୍କ ରାଜସ୍ବ ଆଦାୟକୁ ନେଇ ତହସିଲଦାର ଆକ୍ରୋଶର ଶିକାର
କୁକୁଡାଖଣ୍ଡି,(ଓ୍ବାଇଏନ୍ଏସ୍):ବହୁ ବାଦବିବାଦ ପରେ ବିଭିନ୍ନ ଗଣମାଧ୍ୟମରେ କୁକୁଡାଖଣ୍ଡି ବ୍ଲକରେ ନିୟମିତ ପଞ୍ଚାୟତ ସମିତି ବୈଠକ ହେଉନଥିବା ନେଇ ଖବର ପ୍ରକାଶ ପାଇବା ଓ ଜନପ୍ରତିନିଧିଙ୍କ ଉଦବେଗର ଶିକାର ହେବାପରେ ତରବରିଆ ଭାବରେ ବିଡ଼ିଓ ପଞ୍ଚାୟତ ସମିତି ବୈଠକ ଡାକିଥିଲେ I ପ୍ରଥମରେ କେଉଁ କାରଣରୁ ଦଶମାସ ହେଲା ବୈଠକ ଡ଼କାଯାଇନଥିଲା ବୋଲି ନିର୍ବାଚିତ ସଦସ୍ୟ ମାନେ ଉଦବେଗ ପ୍ରକାଶ କରିଥିଲେ I ବିଡ଼ିଓ ଗଦାଧର ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପରେ ଯୋଗ ଦେଇଥିଲେ I କୁକୁଡାଖଣ୍ଡି ବ୍ଲକରେ ପିସି କରବାର ଜୋରଦାର ଚାଲିଥିବାବେଳେ ତା ଉପରୁ ଦୃଷ୍ଟି ହଟେଇବା ପାଇଁ ଏକ ରୀତିମତ ଯୋଜନା କରି ବ୍ଲକର କିଛି ହାତଗଣତି ସରପଞ୍ଚ ରାଜସ୍ବ ବିଭାଗର କାର୍ଯ୍ୟପନ୍ଥାକୁ ନେଇ ତର୍କ ଆରମ୍ଭ କରିଥିଲେ I କୁକୁଡାଖଣ୍ଡି ତହସିଲ ଅଧୀନରେ ଅନେକ ଅସାଧୁ ବ୍ୟକ୍ତି ରାଜନୈତିକ ବ୍ୟକ୍ତି ବିଶେଷଙ୍କୁ ହାତବାରିସୀ କରି ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣ କରୁଥିବା ଦେଖିବାକୁ ମିଳୁଚି I ଏ ନେଇ ସ୍ଥାନୀୟ ତହସିଲଦାର ଡ଼.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ବିଭିନ୍ନ ସମୟରେ ଚୋରା ଚାଲାଣକୁ ରୋକ ଲଗେଇବା ବେଆଇନ ଖାଦାନ ଉପରେ ଚଢ଼ାଉ କରି ଜରିମାନା ଆଦାୟ କରୁଥିବାବେଳେ ନିର୍ବାଚିତ ପ୍ରତିନିଧି ମାନେ ମଧ୍ୟସ୍ଥତା ସାଜି ମୂଲଚାଲ କରୁଥିବା ଦେଖିବାକୁ ମିଳୁଚି I ଏନେଇ ଉଦେଶ୍ୟ ମୂଳକ ଭାବରେ କିଛି ଜନପ୍ରତିନିଧି ତହସିଲଦାର ସରକାରୀ ଉର୍ଣ୍ଣୟନ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ନେଇ ବୈଠକରେ ମତ ପ୍ରକାଶ କରିଥିଲେ I ଏହାର ଉତ୍ତରରେ ତହସିଲଦାର ଡ଼.ମିଶ୍ର ନିତି ନିୟମ ଅନୁସାରେ ଜରିମାନା ଆଦାୟ କରାଯାଉଛି I କୌଣସି ସରକାରୀ କାର୍ଯ୍ୟକ୍ରମରେ ତହସିଲ ତରଫରୁ ବାଧକ ସୃଷ୍ଟି କରାଯାଉ ନାହିଁ ଯେଉଁ ମାନଙ୍କ ପାଖରେ ଉପଯୁକ୍ତ ନଥିପତ୍ର ନଥାଉଛି ସେମାନଙ୍କ ଠାରୁ ଜରିମାନା ଆଦାୟ କରିବା କଥା ବୈଠକରେ ନିଜ ଉତ୍ତର ରଖିଥିଲେ I ଅନ୍ୟପକ୍ଷରେ ମସିହାଖାଲି ସମିତି ସଭ୍ୟ ନରସିଂହ ସାହୁ ନିର୍ବାଚିତ ସମିତିର ସଦସ୍ୟ ମାନଙ୍କୁ ବ୍ଲକ କାଯ୍ୟାଳୟ ଗୁରୁତ୍ୱ ଦେଉନାହିଁ ମନଇଚ୍ଛା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବେଆଇନ ଭାବରେ ସମିତି ସଭ୍ୟଙ୍କ ଗୋଚରକୁ ନ ଅଣାଯାଇ କାର୍ଯ୍ୟକ୍ରମ ଚାଲୁ ରହୁଛି, ଏକ ଜନହିତକର କାର୍ଯ୍ୟ ପାଇଁ ମୁ ଦୁର୍ବ୍ୟବହାରର ଶିକାର ହୋଇଚି ବୋଲି ହଟଗୋଳ କରିଥିଲେ I ସାତବର୍ଷ ହେଲା ଉର୍ଣ୍ଣୟନ କାର୍ଯ୍ୟ ପାଇଁ ନେହୁରା ହେଲେ ମଧ୍ୟ କେଉଁ କରଣରୁ ତାହା ହୋଇପାରୁନି ବୋଲି ଜିଲ୍ଲା ପରିଷଦ ସଭ୍ୟା ନିରୁପମା ପାତ୍ର ବିଡ଼ିଓଙ୍କୁ କୈଫୟତ ମାଗିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର,ବ୍ଲକ ଉପାଧକ୍ଷା ଲଷ୍ମୀପ୍ରିୟା ସାହୁ,ଜିଲ୍ଲା ପରିଷଦ ବୃନ୍ଦାବନ ଖଟେଇ,ନିରଞ୍ଜନ ମହାନ୍ତି,ବିଷ୍ଣୁ ପ୍ରିୟା ପାତ୍ର, ରଘୁ ପାତ୍ର, ଦିଲ୍ଲୀପ ପାତ୍ର ସମେତ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ Iଦୁନୀତି କୁ ଘୋଡାଇବା ପାଇଁ ଗୋପାଳପୁର ବିଧାୟକ କୁ ପ୍ରଶାସନ ଢାଲ କରୁଥିବା ନେଇ ମତ ପ୍ରକାଶ ପାଇଥିଲା।