କୁକୁଡାଖଣ୍ଡି ବ୍ଲକରେ ଶୁଭା ରମ୍ଭ ହେଲା ସୁଭଦ୍ରା ରଥ
କୁକୁଡାଖଣ୍ଡି,(ବିଭୁ ନନ୍ଦନ ପଣ୍ଡା):କୁକୁଡାଖଣ୍ଡି ବ୍ଳକ ପରିସରରେ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଉଭୟ ଦିଗପହଣ୍ଡି ଓ କୁକୁଡାଖଣ୍ଡି ବ୍ଲକ ପାଇଁ ଏହା ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ରୂପେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଯୋଗଦେଇ ଶୁଭ ଉଦଘାଟନ କରିଥିଲେ। ନାରୀଙ୍କ ପରିବର୍ତ୍ତନ ହେଲେ ସମାଜର ପରିବର୍ତ୍ତନ ହେବା ସହ ଏହିପରି ଯୋଜନା ବିଭିନ୍ନ ପ୍ରଦେଶରେ ପରିବର୍ତ୍ତନ ଆଣିପାରିଛି ବୋଲି କହିଥିଲେ ବିଧାୟକ ଶ୍ରୀ ମହାପାତ୍ର । ସଚେତନତା ରଥ ବ୍ଲକର ବିଭିନ୍ନ ପଞ୍ଚାୟତ ଓ ୱାର୍ଡ ବୁଲି ଲୋକଙ୍କୁ ସଚେତନ କରାଇବ । ବର୍ତମାନ ସୁଦ୍ଧା ଏହି ଯୋଜନାର କୈାଣସି ସମୟ ସୀମା ରହିନଥିବା ବେଳେ ଶେଷ ହିତାଧିକାରୀ ଯାଏଁ ପଞ୍ଜୀକରଣ ଚାଲିବ ଏବଂ ହିତାଧିକାରୀ ମାନେ ଧୋର୍ଯ୍ୟର ସହ ଆବେଦନ କରିବାକୁ ବିଧାୟକ ମହାପାତ୍ର ନିବେଦନ କରିଥିଲେ । ସୁଭଦ୍ରା ଯୋଜନା ପଞ୍ଜିକରଣ କରିବା ସମୟ ରେ ଯେଉଁ ସମସ୍ୟା ଗୁଡିକ ରହିଛି ସେନେଇ ତାହା ବିଡ଼ିଓ ଶ୍ରୀ ମତି ସ୍ୱାଇଁ ବିଧାୟକଙ୍କ ସହ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଧାୟକଙ୍କ ସହ କୁକୁଡାଖଣ୍ଡି, ବିଡ଼ିଓ ପଲ୍ଲବୀ ସ୍ବାଇଁ, ବ୍ଲକ ଭାରପ୍ରାପ୍ତ ଅଧକ୍ଷା ବିଷ୍ଣୁପ୍ରିୟା ପାତ୍ର,ଦିଗପହଣ୍ଡି ସିଡିପିଓ ପୁଷ୍ପାଞ୍ଜଳୀ ମିଶ୍ର, କୁକୁଡାଖଣ୍ଡି ସିଡିପିଓ କୁସୁମ ସାହୁ,ବିପିଏମ୍ ସଞ୍ଜୁ ସାହୁ, କୁକୁଡାଖଣ୍ଡି ମଣ୍ଡଳ ସଭାପତି ଅଦଲନନ୍ଦ କିଶୋର, ଗୋୖତମ ମହାରଣା ସନାତନ ସଂଗ୍ରାମ ସିଂଙ୍କ ସହ ମିଶନ ଶକ୍ତି ସଦସ୍ୟା ସବିତା ଦଳବେହେରା,ଓକିଲି ଆରତୀ ସହ ବହୁ ମହିଳା ଥିବା ବେଳେ ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।