କୁକୁଡାଖଣ୍ଡି ରେ ମା କାଳୀଙ୍କ ପୂଜା
କୁକୁଡାଖଣ୍ଡି, (ବିଭୂନନ୍ଦନ ପଣ୍ଡା):କୁକୁଡାଖଣ୍ଡି ରୋଡ ସାହିରେ ଆଜକୁ ପ୍ରାୟ ନ ଅ ବର୍ଷ ଧରି ଚାଲି ଆସୁଅଛି ମା କାଳୀ ଙ୍କ ପୂଜା ! ଏହି ପୂଜା ଦୀପାବଳି ର ଅର୍ଦ୍ଧ ରାତ୍ର ଠାରୁ ଆରମ୍ଭ ହୋଇଛି ! ତିନି ଦିନ ଧରି ପୂଜା ଚଳିବ ବୋଲି କମିଟି ସଦସ୍ୟ ସୂଚନା ଦେଇଛନ୍ତି! ମା ଙ୍କ ପୂଜା ଦେଖିବା ପାଇଁ ଭକ୍ତ ଙ୍କ ଭିଡ଼ ଲାଗି ରହିଥିବା ବେଳେ କୁକୁଡାଖଣ୍ଡି ର ପଣ୍ଡିତ ବିଭୂନନ୍ଦନ ପଣ୍ଡା ଙ୍କ ଦ୍ୱାରା ପୂଜା କରାଯାଉଛି ! ପ୍ରଥମ ଦିନ ଜଳ ଯଂଜ୍ଞ କରାଯିବା ପରେପୂଜା ମଣ୍ଡପ ସଂସ୍କାର ନାନା ପୂଜା କରିବା ପରେ ରାତ୍ର ମାଙ୍କ ପୂଜା ଷୋଡଶ ଉପଚାର ପୂଜା ଓ ଚଣ୍ଡୀ ପାଠ କରାଯାଇଥିଲା ! ମାଙ୍କ ପ୍ରତ୍ୟେକ ଦିନ ସୂର୍ଯ୍ୟ ପୂଜା, ମା ଙ୍କ ପୂଜା ହୋମ ସହ ଚଣ୍ଡୀ ପାଠ ଓ ମାଙ୍କ ଅନ୍ନ ଭୋଗ ହୁଏ ! ମାଙ୍କ ପ୍ରସାଦ ସେବନ ଓ ପୂଜା ଦର୍ଶନ ନିମନ୍ତେ ଭକ୍ତ ଙ୍କ ଭିଡ଼ ଲାଗିଥାଏ ! ଏହି ପୂଜା କୁ ବଜ଼ାର କମିଟି ସଭାପତି ଚିତ ରଞ୍ଜନ ସାହୁ , ଉପସଭାପତି ଦିବାକର ପାଣିଗ୍ରାହୀ , କୋଷାଧକ୍ଷ ସୁରନ୍ଦ୍ର ସାହୁ, ସାଧାରଣ ସମ୍ପାଦକ କେ ମଣି ବାବୁ, କମିଟି ସଦସ୍ୟ ଭୀମ ସେନ ଦଳାଇ , ପି ଶିବ ପ୍ରସାଦ , ଶିବ ନାରାୟଣ ପାତ୍ର , ସଞ୍ଜୟ ପ୍ରଧାନ , ଏମ ରାଜା ରାଓ, କେ ଅଭିନାଶ , କେ ଆକାଶ , ସୁଶାନ୍ତ ସାହୁ , ଭାସ୍କର ମହାରଣା ଏସ ନାରାୟଣ ପ୍ରମୁଖ ପୂଜା ରେ ସହଯୋଗ କରୁଛନ୍ତି