କୁକୁଡା ବୋଝେଇ ଭ୍ୟାନ ଓଲଟି ଜଣେ ଆହାତ
କୁଚିଣ୍ଡା,(ଯୁଗାବ୍ଦ ନ୍ୟୁଜ୍): ହଜିଗଲାଣି ବନବିକତା । ଆହତ ଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ଲୋକେ କୁକୁଡ଼ା ବୋହିବାରେ ବ୍ୟସ୍ତ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା କେଶେଇବାହାଲ ନିକଟସ୍ଥ ତେଣ୍ଡାକୁଦର ନିକଟରେ । ମଙ୍ଗଳବାର ଭୋର ସମୟରେ ଏକ କୁକୁଡ଼ା ବୋଝେଇ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ରେ ଗୁରୁତର ଥିବା ଡ୍ରାଇଭର ଓ ହେଲପର ଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ଗାଁ ଲୋକେ କୁକୁଡ଼ା ବୋହିନେଉଥିବା ଘଟଣା ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ହୋଇଛି । ଏହି ଭ୍ୟାନଟି ଅନୁଗୁଳ ରୁ ରାଜଗାଙ୍ଗପୁର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହାପରେ ସ୍ଥାନୀୟ ଲୋକେ ଦୁର୍ଘଟଣା ରେ ଆହତ ଥିବା ଡ୍ରାଇଭର ଓ ହେଲପର ଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ କୁକୁଡ଼ା ମାନଙ୍କୁ ନେବା ପାଇଁ ବ୍ୟସ୍ତ ହୋଇଯାଇଥିଲେ । ଖବର ଟି ଅଞ୍ଚଳ ରେ ପ୍ରସାରିତ ହେବା ପରେ ଆଖ ପାଖ ଅଞ୍ଚଳ ରୁ ଲୋକଙ୍କ ସୁଅ ଛୁଟି ଥିଲା । କେହି ଦୁଇ ହାତରେ, କିଏ ସାଇକେଲ ରେ ତ ଆଉ କିଏ ବାଇକ ରେ କୁକୁଡ଼ା ଲଦି ଖୁସିରେ ତରବରିଆ ହୋଇ ପକାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଖବର ପାଇ ମହୁଲପାଲି ପୋଲିସ ଘଟଣା ସ୍ଥଳରେ ପହଂଚିବା ପରେ ଲୋକଙ୍କ ଭିଡ କମିବାରେ ଲାଗିଥିଲା । ପୁଲିସ ଗୁରୁତ୍ୱ ଙ୍କୁ ଉଦ୍ଧାର କରି ଚିକିତ୍ସତ ପାଇଁ ପଠାଇ ଥିବା ଜଣାପଡିଛି । ଅନୁଗୁଳ ରୁ ରାଜଗାଙ୍ଗପୁର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହାପରେ ସ୍ଥାନୀୟ ଲୋକେ ଦୁର୍ଘଟଣା ରେ ଆହତ ଥିବା ଡ୍ରାଇଭର ଓ ହେଲପର ଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ କୁକୁଡ଼ା ମାନଙ୍କୁ ନେବା ପାଇଁ ବ୍ୟସ୍ତ ହୋଇଯାଇଥିଲେ । ଖବର ଟି ଅଞ୍ଚଳ ରେ ପ୍ରସାରିତ ହେବା ପରେ ଆଖ ପାଖ ଅଞ୍ଚଳ ରୁ ଲୋକଙ୍କ ସୁଅ ଛୁଟି ଥିଲା । କେହି ଦୁଇ ହାତରେ, କିଏ ସାଇକେଲ ରେ ତ ଆଉ କିଏ ବାଇକ ରେ କୁକୁଡ଼ା ଲଦି ଖୁସିରେ ତରବରିଆ ହୋଇ ପକାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଖବର ପାଇ ମହୁଲପାଲି ପୋଲିସ ଘଟଣା ସ୍ଥଳରେ ପହଂଚିବା ପରେ ଲୋକଙ୍କ ଭିଡ କମିବାରେ ଲାଗିଥିଲା । ପୋଲିସ ଆହାତ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଇଛି ।