କୁକୁରର ନାମକରଣ କରି ଜେଲ୍ ଗଲେ ମାଲିକ
ପୋଷା ଜନ୍ତୁଙ୍କୁ ଅନେକ ଲୋକ ଆଦରରେ ବିଭିନ୍ନ ନାଁରେ ଡାକିଥାଆନ୍ତି । ହେଲେ ଚାଇନାରେ ଏବେ ଏଥିପାଇଁ ପୋଷାଜନ୍ତୁଙ୍କ ମାଲିକଙ୍କୁ ଜେଲ୍ ଯିବାକୁ ପଡିଛି । ଚାଇନାର ଜଣେ ୩୦ ବର୍ଷୀୟ ବ୍ୟକ୍ତି ଘରେ ୨ଟି କୁକୁର ପୋଷିଥିଲେ । ସେ ଏମାନଙ୍କ ନାମକୁ ନେଇ ନିକଟରେ ସୋସିଆଲ ମିଡିଆରେ କିଛି ଫଟୋ ଓ ବାର୍ତ୍ତା ପୋଷ୍ଟ କରିଥିଲେ । ଏଥିରେ ସେ ତାଙ୍କ ପାଷା କୁକୁରଙ୍କ ନାଁ ଉଲ୍ଲେଖ କରିଥିଲେ । ଜଣଙ୍କର ନାଁ ଚେଂଗୁଆନ୍ ଓ ଅନ୍ୟ ଜଣକର ନାଁ ଜିଗୁଆନ ରଖିଥିବା ଲେଖିଥିଲେ । ଏହି ୨ଟି ନାଁ ଚାଇନା ସରକାରୀ ଅଧିକାରୀ ଓ ସିଭିଲ୍ ସର୍ଭିସ୍ ଅଧିକାରୀଙ୍କ ନାଁ ରହିଛି । ବିବିସିର ରିପୋର୍ଟ ଅନୁଯାୟୀ, ଚାଇନାରେ ଏମିତି ନାଁ ରଖିବା ଅପରାଧ ବୋଲି କୁହାଯାଏ । ଏହା ବ୍ୟତୀତ ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ଯେ କୁକୁର ମାଲିକଙ୍କର ସୋସିଆଲ ମିଡିଆରେ ଏଭଳି ପୋଷ୍ଟ ଦେଶ ପାଇଁ କ୍ଷତିକାରକ । ତେଣୁ ଏହି ଅପରାଧରେ ଉକ୍ତ ବ୍ୟକ୍ତିଙ୍କୁ ୧୦ ଦିନ ଜେଲ ଦଣ୍ଡ ଭୋଗିବାକୁ ପଡିଛି ।


