କୁକୁର ଗାଡ଼ି ଚକ ଦେଖିଲେ ମୁତିବାର ରହସ୍ୟ
ସାଧାରଣତଃ ଆମେ ଦେଖିଥାଉ ରାସ୍ତାକଡ଼ରେ ଠିଆ ହୋଇଥିବା ଗାଡ଼ି ଉପରେ କୁକୁର ପରିସ୍ରା କରିଥାନ୍ତି । କୁକୁରଙ୍କ ଏହି ଆଚରଣ ପାଇଁ ଆମ ପାଇଁ ସାଧାରଣ କଥା । କାରଣ ପ୍ରାୟ ପ୍ରତିଦିନ ଆମେ ଏପରି ଦେଖୁଛନ୍ତି । ହେଲେ କେବେ ଭାବିଛନ୍ତି କୁକୁର ଏମିତି କାହିଁକି କରିଥାଏ । ପରିସ୍ରା କରିବାକୁ ଏତେ ସ୍ଥାନ ଥାଇ ବି ଗାଡ଼ି ଉପରେ କାହିଁକି କରିଥାଏ । ତେବେ ଆସନ୍ତୁ ଜାଣିବା ଏହା ପଛରେ କ’ଣ ରହିଛି ରହସ୍ୟ ।
ପ୍ରଶ୍ନ ତ ମନକୁ ନିଶ୍ଚିତ ଆସିଥିବ ଯେ, ଏତେ ଖୋଲା ଜାଗା ଥାଇ, କୁକୁର କାହିଁକି ପରିସ୍ରା କରିବାକୁ କାନ୍ଥ, ଗଛ କିମ୍ବା ଗାଡି ଟାୟାର ଖୋଜିଥାନ୍ତି । ଏହା ପଛରେ ଏକ ବୈଜ୍ଞାନିକ କାରଣ ରହିଛି । କୁକୁର ପରିସ୍ରା କରିବାକୁ ଏମିତି ଜିନିଷ ବାଛିଥାଏ । ଯାହା ଆକାଶ ଆଡ଼କୁ ସିଧାସଳଖ ଠିଆ ହୋଇଥାଏ । ନ ହେଲେ ଏମିତି କିଛି, ଯାହା ସମ୍ପୂର୍ଣ୍ଣ ସିଧା ହୋଇ ରହିଥାଏ । ତେବେ ତାହା ପାଚେରୀ ହେଉ କି ବାଡ଼ । ସେଥିରେ କୁକୁର କିଛି ଯାଏଆସେ ନାହିଁ । କୁକୁର ସବୁବେଳେ ନିଜ ନାକ ଉଚ୍ଚାରେ ପରିସ୍ରା କରିଥାଏ । ଏପରି କରି ଉକ୍ତ ସ୍ଥାନରେ ସେ ଅନ୍ୟ କୁକୁରଙ୍କ ପାଇଁ ନିଜ ଗନ୍ଧ ଛାଡିକି ଯାଇଥାଏ । ଏହା ଦ୍ୱାରା ସେ ଅନ୍ୟ କୁକୁରଙ୍କୁ ନିଜ ଇଲାକା ବିଷୟରେ କହିଥାଏ । କୁକୁରର ଏପରି ବ୍ୟବହାର ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ ।


