କୁକୁର ଛୁଆର ମୁଣ୍ଡରେ ଲାଞ୍ଜ

ସାଧାରଣତଃ ସମସ୍ତ ଜୀବଙ୍କର ପଛ ଭାଗରେ ଲାଞ୍ଜ ଉଠିଥାଏ । ହେଲେ ଏବେ ଏକ ବିରଳ ଘଟଣା ସାମ୍ନାକୁ ଆସିଛି । ଗୋଟିଏ କୁକୁର ଛୁଆର ମୁଣ୍ଡରେ ଲାଞ୍ଜ ବାହାରିଛି । କୁକୁରର ପଛ ପାଖରେ ଲାଞ୍ଜ ଥିବା ବେଳେ ଆଗପଟେ ଆଉ ଏକ ଲାଞ୍ଜ ବା ଲାଙ୍ଗୁଡ ବାହାରିଛି । ଆମେରିକାର ମିସୌରୀରେ ଏହି କୁକୁର ଛୁଆଟି ଜନ୍ମ ହୋଇଛି । ଏବେ ଏହି କୁକୁର ଛୁଆ ମାତ୍ର ୧୦ ସପ୍ତାହର । ଏବେ ଏହାର ନାମ ନରହ୍ୱାଲ ରଖାଯାଇଛି । ନରହ୍ୱାଲ ଅର୍ଥ ଶିଙ୍ଗ ଥିବା ଘୋଡା ବା ୟୁନିକର୍ନ । କୁକୁର ଛୁଆର ଛବି ବା ଫଟୋ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହୋଇଛି । କୁକୁର ଛୁଆର ଏକ୍ସେରେ କରାଯିବା ସହ ଅନ୍ୟ ଡାକ୍ତରୀ ପରୀକ୍ଷା କରାଯାଇଥିଲା । ତାହାର ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଠିକ୍ ଥିବା ପଶୁ ଡାକ୍ତର କହିଛନ୍ତି । ଏହାକୁ ଏକ କୁକୁର ଆଶ୍ରୟ ସ୍ଥଳୀରେ ରଖାଯାଇଛି । ଦୁଇଟି ଲାଙ୍ଗୁଡ ବିଶିଷ୍ଟ ବିରଳ କୁକୁର ଛୁଆକୁ ଦେଖିବା ପାଇଁ ଅନେକ ଲୋକ ଆସୁଛନ୍ତି । ଏହି ଆଶ୍ରୟସ୍ଥଳୀରେ ୫-ଟି ଗୋଡ ଥିବା କୁକୁର ସହ ଅନ୍ୟାନ୍ୟ ସ୍ୱତନ୍ତ୍ର ଧରଣର କୁକୁରମାନଙ୍କୁ ରଖାଯାଇ ପାଳନ ପୋଷଣ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ