କୁକୁର ଜଗିଛି ଜଳଛତ୍ର
ପ୍ରବଳ ରୈଦ୍ରତାପ କାରଣରୁ ବାଟୋଇ ମାନଙ୍କୁ ପିଇବା ପାଣି ଗିଲାସେ ଯୋଗାଇ ଦେବା ପାଇଁ ପ୍ରଶାସନ ପକ୍ଷରୁ ବାଟଘାଟରେ ଖୋଲାଯାଇଛି ଜଳଛତ୍ର ହେଲେ ଜଳଛତ୍ର ଗୁଡିକରେ ଖୁବ ଅବ୍ୟବସ୍ଥା ହେଉଛି ଫଳରେ ବାଟୋଇ ଟିଏ ଏଭଳି ଜଳଛତ୍ର ରୁ ପାଣି ପିଇବା ପାଇଁ କେମିତିବା ପସନ୍ଦ କରିବ। ଏହି ଜଳଛତ୍ର ଗୁଡିକରେ ଥଣ୍ଡାପାଣି ପାଇଁ ମାଟି ହାଣ୍ଡି ବ୍ୟବହାର କରାଯାଏ । ଏଗୁଡିକୁ ମାଟି ରେ ପୋତି ରଖାଯାଇଥାଏ ।ଅନେକ ସ୍ଥାନରେ ଦୀର୍ଘ ଦିନ ଯାଏଁ ପାଣି ବଦଳାଯାଉ ନଥିବା ବେଳେ ଅନେକ ସ୍ଥାନରେ କେବଳ ଫଳକ ଲଗାଇ ଖାଲି ହାଣ୍ଡି ରହିଥିବା ଦେଖିବାକୁ ମିଳିଛି । ଜଗନ୍ନାଥପ୍ରସାଦ ବ୍ଳକ କୁଡୁତାଇ ପଂଚାୟତ ର ଗୋଟିଏ ଜଳଛତ୍ର ରେ ଫଳକ ଝୁଲୁଥିବା ବେଳେ ପାଣିହାଣ୍ଡି କୁ ଲାଗି ଦୁଇଟି କୁକୁର ଶୋଇ ଥିବା ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଏଭଳି ଅନେକ ଅବ୍ୟବସ୍ଥା ଦେଖିବାପରେ କିଏ ଏହି ଜଳଛତ୍ର ରପାଣି ପିଇବ ସରକାରଙ୍କ ପକ୍ଷରୁ ଲକ୍ଷଲକ୍ଷ ଟଙ୍କା ବ୍ୟୟ କରି କରାଯାଉଥିବା ଏହିଜଳଛତ୍ର ଏକ ପ୍ରହସନ ପାଲଟିଛି । ଏସଂପର୍କରେ ବୁଝିବାରୁ ଜଣାପଡିଛି ଯେ ନିକଟ ପଂଚାୟତରେ ୭୫ ଦିନ ପାଣି ଯୋଗାଇ ୭୫୦୦ଟଙ୍କା ପାଇଥିବା ବେଳେ ଏହି ପଂଚାୟତ ରେ ୭୫ଦିନ ପାଣି ଯୋଗାଇ ମାତ୍ର ୨୫୦୦ ଟଙ୍କା ପାଇଥିବା କାରଣରୁ ଏବେ ପାଣି ଥୋଇଦେଇ ଚାଲିଯାଉଥିବା ଜଣାପଡିଛି ।