କୁଖ୍ୟାତ ଆତଙ୍କବାଦୀ ଏହସାନୁଲ୍ଲାହ ପାକିସ୍ତାନ ଜେଲରୁ ଫେରାର୍‌

ଇସଲାମାବାଦ:- ସାରା ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ମାଲାଲା ୟୁସୁଫଜାଇଙ୍କୁ ଗୁଳି କରିଥିବା ତାଲିବାନ ଆତଙ୍କବାଦୀ ଏହସାନୁଲ୍ଲାହ ଏହସାନ ପାକିସ୍ତାନ ଜେଲ୍ରୁ ଚମ୍ପଟ ପାରିଥିବା ଜଣାପଡିଛି । ଜେଲରୁ ଚମ୍ପଟ ହେବା ପରେ ଏହସାନୁଲ୍ଲାହ ଏକ ଅଡିଓ କ୍ଲିପ ଜାରି କରିଛି। ତେବେ ପାକ୍ ସେନା କିମ୍ବା ସରକାର ଏହି ଅଡିଓ କ୍ଲିପ ସମ୍ପର୍କରେ କିଛି କୁହାଯାଇ ନାହିଁ । ସୂଚନାଥାଉକି, ୨୦୧୨ରେ ମହିଳା ଶିକ୍ଷାର ବିକାଶ ଦିଗରେ କାର‌୍ୟ୍ୟ କରୁଥିବା ମାଲାଲାଙ୍କୁ ଏହସାନୁଲ୍ଲାହ ଗୁଳି କରିଥିଲା । ଏହା ପରେ ୨୦୧୪ରେ ସେ ପେଶାୱାରସ୍ଥିତ ଆର୍ମି ସ୍କୁଲରେ ଆତଙ୍କବାଦୀ ଆକ୍ରମଣ ଘଟାଇଥିଲା । ଏଥିରେ ୧୩୨ ଛାତ୍ରଛାତ୍ରୀଙ୍କ ସମେତ ୧୪୯ ଜଣଙ୍କ ମୃତ୍ୟୁ ଘଟିଥିଲା । ପାକିସ୍ତାନୀ ତାଲିବାନ ଆତଙ୍କୀ ସଂଗଠନର ସେ ମୁଖପାତ୍ର ଥିଲା । ଗୁରୁବାର ସୋସିଆଲ ମିଡିଆରେ ଏହସାନୁଲ୍ଲାହର ଏକ ଅଡିଓ କ୍ଲିପ ଭାଇରାଲ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ