କୁଚିଣ୍ଡାରେ ଅଂଶୁଘାତ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କୁଚିଣ୍ଡା,(ରିଙ୍କୁ କୁସୁମ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ନିମନ୍ତେ ମଙ୍ଗଳବାର ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।କୁଚିଣ୍ଡା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ହୋଇଥିବା ବୈଠକରେ କୁଚିଣ୍ଡା ଉପଜିଲ୍ଲାପାଳ ଗୌରବମୟ ପ୍ରଧାନ ଅଧ୍ୟକ୍ଷତା କରି ସମସ୍ତ ଅଧିକାରୀଙ୍କୁ ଅଂଶୁଘାତ ମୁକାବିଲା ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଥିଲେ।ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଉପଖଣ୍ଡରେ ଅଚଳଥିବା ନଳକୂଅ ଗୁଡିକର ଶୀଘ୍ର ମରାମତି କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।ଗ୍ରୀଷ୍ମ ପ୍ରବାହରେ ଧନଜୀବନସହ ଗୋରୁଗାଈ ଓ ଛେଳିମେଣ୍ଢାଭଳି ଗୃହ ପାଳିତ ପଶୁମାନଙ୍କ ଯେଭଳି କୌଣସି କ୍ଷତି ଘଟିବନାହିଁ ସେଥିପ୍ରତି ଏବେଠାରୁ ପଦକ୍ଷେପ ନେବାକୁ ସେ କହିଥିଲେ।ଏହାଛଡା ବିଭିନ୍ନ ଛକ ମାନଙ୍କରେ ଲୋକଙ୍କୁ ପିଇବା ପାଣି ଯୋଗାଇଦେବାକୁ ଶୀଘ୍ର ଜଳଛତ୍ର ଖୋଲିବାକୁ ବିଡିଓ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଅଂଶୁଘାତ ମୁକାବିଲା ସକାଶେ ଉପଖଣ୍ଡ ଡାକ୍ତରଖାନା ସମେତ କୁନ୍ତରା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ବିଭିନ୍ନ ଉପ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ସ୍ୱତନ୍ତ୍ର ପ୍ରକୋଷ୍ଠ ଖୋଲି ଲୋକଙ୍କୁ ସେବା ଯୋଗାଇ ଦେବାକୁ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।ବିଦ୍ୟାଳୟ ମାନଙ୍କରେ ପିଲାମାନଙ୍କ ପାଇଁ ପ୍ରଚୁର ଥଣ୍ଡା ପାନୀୟ ଜଳ ମହଜୁଦ ରଖବାକୁ ଶିକ୍ଷା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ବୈଠକରେ ସମ୍ବଲପୁର ସହକାରୀ ଶ୍ରମ ଅଧିକାରୀ ପୁଷ୍ପା ମିଞ୍ଜ, କୁଚିଣ୍ଡା ତହସିଲଦାର ମିତାଲି ମଧୂସ୍ମିତା ଦଳେଇ,ଜମନକିରା ତହସିଲଦାର ପ୍ରବୀଣା ବିଲୁଙ୍ଗ,ବାମରା ତହସିଲଦାର ଦିଲିପ ପ୍ରଧାନ,କୁଚିଣ୍ଡା ବିଡିଓ ଜୟନ୍ତ ସାହୁ,ବାମରା ବିଡିଓ ପୁଷ୍ପକ ପ୍ରଧାନ, ଜମନକିରା ଭିଡ ଓ ରବିନ୍ଦ୍ର କୁମାର ସେଠୀ,କୁଚିଣ୍ଡା ଏସଡିଏମଓ ଡା.ସୁବୋଧ କୁମାର ନାୟକ,ଏନଏସି ଇଓ ଗୌରବ ପ୍ରଧାନ,ଆରଡବ୍ଲୁଏସଏସ ସହକାରୀ ନିର୍ବାହୀଯନ୍ତ୍ରୀ ରଞ୍ଜନ ଶତପଥି,ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡା.ପ୍ରସନ୍ନ ସାମଲ,ବିଦ୍ୟୁତ ବିଭାଗ ସହକାରୀ ନିର୍ବାହୀଯନ୍ତ୍ରୀ ସୁବ୍ରତ ପଣ୍ଡା,ବିଇଓ ଗିତା ପଧାନ,ବନ୍ୟପ୍ରାଣ ଏସିଏଫ ରେଶମା ଲାକ୍ରା,କୁଚିଣ୍ଡା ରେଞ୍ଜର ଲେଖାରାଣୀ ମହାନନ୍ଦ,କେନ୍ଦୁପତ୍ର କୁଚିଣ୍ଡା ରେଞ୍ଜର ପ୍ରଶାନ୍ତ ହନୁମାନ, କୁଚିଣ୍ଡା ସିଡିପିଓ ରାଜଶ୍ରୀ ପରିଡା,ବାମରା ସିଡିପିଓ ମମତା ପଟେଲ,ଜମନକିରା ସଡିପିଓ ମିନତୀ ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ