କୁଚିଣ୍ଡାରେ ଅଦ୍ବିକା ଟେଲେଣ୍ଟହଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତp

କୁଚିଣ୍ଡା,(ରିଙ୍କୁ କୁସୁମ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଶିଶୁ ବିକାଶ କାର୍ଯ୍ୟାଳୟ କୁଚିଣ୍ଡା ତରଫରୁ ଅଦ୍ବିକା ପ୍ରତିଭା ଚୟନ କାର୍ଯ୍ୟକ୍ରମ ସିଡିପିଓ କୁଚିଣ୍ଡା ରାଜଶ୍ରୀ ପରିଡା ଙ୍କ ତତ୍ବାବଧାନରେ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ କୁଚିଣ୍ଡା ଉପଜିଲ୍ଲାପାଳ ଡ଼ଃ ଗୈାରବମୟ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସଂଯୋଜିକା ସମ୍ବଲପୁର ସୁନିତା ତ୍ରୀପାଠୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଦେହୁରୀ, କାର୍ଯ୍ୟକ୍ରମ ଅଧିକାରୀ କୁଚିଣ୍ଡା ସୁନିତା ପୁରୋହିତ,ଓଏଲ ଏମ ବ୍ଳକ ମିଶନ ପରିଚାଳିକା ବିଲାସି ଖାଲଖୋ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ସ୍ବାଗତ ଅଭିଭାଷଣ ମହିଳା ପରିଦର୍ଶୀକା ଜମୁନା ବାଘ ରଖିଥିବାବେଳେ,ମହିଳା ପରିଦର୍ଶୀକା ଜ୍ୟୋତି ମିଶ୍ର ସଭା ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଚିତ୍ରାଙ୍କନ,ରଂଗୋଲି, ବକ୍ତୃତା, ଗୀତ ତଥା ନାଚ ଇତ୍ୟାଦି ରଂଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇ କୃତି ପ୍ରତିଯୋଗୀ ମାନଙ୍କର ଲୁକ୍କାୟିତ ପ୍ରତିଭାକୁ ପ୍ରସ୍ଫୁଟିତ କରାଯାଇଥିଲା। କିଶୋର କିଶୋରୀ ଙ୍କ ପ୍ରତିଭା କୁ ଏହିଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଲୋଚନକୁ ଆଣିବା ନିମନ୍ତେ ଉପଜିଲ୍ଲାପାଳ କୁଚିଣ୍ଡା ଆଗ୍ରହ ପ୍ରକାଶ କରିଥିଲେ। ଜିଲ୍ଲା ସଂଯୋଜିକା ସମ୍ବଲପୁର ସୁନିତା ତ୍ରୀପାଠୀ ବାଲ୍ୟ ବିବାହ ଏବଂ ଶିଶୁ ଶ୍ରମିକ ପ୍ରଥା କୁ ସମ୍ବୁଲେ ଉଚ୍ଛେଦ କରିବା ସହ ଶିକ୍ଷା ର ପ୍ରାଧାନ୍ୟ ଉପରେ ଗୁରୁତ୍ବ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ପ୍ରତିଯୋଗୀ ମାନଙ୍କୁ ଉପଜିଲ୍ଲାପାଳ ପୁରସ୍କୃତ କରିଥିଲେ। ବ୍ଳକ ମିଶନ ଶକ୍ତି ଫେଡେରେସନ୍ ର ସଭାନେତ୍ରୀ ରମିତା ଚୋୖଧୁରୀ ଓ ସଂପାଦୀକା ରଶ୍ମିତା ସାହୁ ଖାଦ୍ୟ ଓ ପାନୀୟ ଜଳ ବିତରଣ ରେ ସହଯୋଗ କରିଥିବାବେଳେ, ମହିଳା ପରିଦର୍ଶୀକା କଳ୍ପନା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ