କୁଚିଣ୍ଡା କଲେଜରେ ଉଦ୍ଭିଦବିଜ୍ଞାନ ବିଭାଗର ଆଲୋଚନାଚକ୍ର

କୁଚିଣ୍ଡା,(ରିଙ୍କୁ କୁସୁମ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ମହାବିଦ୍ୟାଳୟର ପ୍ରେକ୍ଷାଳୟରେ ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ ଉଦ୍ଭିଦବବିଜ୍ଞାନ ବିଭାଗ ତରଫରୁ ଏକ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଆଲୋଚନା ଚକ୍ରକୁ ସୁଶ୍ରୀ ସୁଚିତ୍ରା ମିଶ୍ର ଅଧ୍ୟକ୍ଷତା କରି “ଜ୍ଞାନ ହିଁ ପ୍ରଗତିର ଏକମାତ୍ର ଆଧାର” ବୋଲି ମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟର ଉଦ୍ଭିଦବିଜ୍ଞାନ ବିଷୟର ଅଧ୍ୟାପକ ଡଃ. ସେନ୍ ସେଠ୍ ଯୋଗ ଦେଇ ” ଔଷଧୀୟ ବୃକ୍ଷ ର ରାସାୟନିକ ଅଧ୍ୟୟନ ଓ ପରୀକ୍ଷାଗାରରେ ପ୍ରସ୍ତୁତି “ସମ୍ବନ୍ଧୀୟ ସୂଚନାଧର୍ମୀ ଏବଂ ଯୁଗ ଉପଯୋଗୀ ନିବନ୍ଧ ପାଠ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗର ନିର୍ଭୁଲତା ଉପରେ ସଚେତନ ହେବା ମଧ୍ୟ ଆବଶ୍ୟକ ବୋଲି ମତ ବ୍ୟକ୍ତ କରିଥିଲେ।ଏହି ଅବସରରେ କୁଚିଣ୍ଡା ମହାବିଦ୍ୟାଳୟର ଛାତ୍ରୀ ରୂପାଲି ପଣ୍ଡା ଏବଂ ନନ୍ଦିତା ପଟେଲ ଏବଂ ବାସୁଦେବ ଗୋଦାବରୀ ଡିଗ୍ରୀ କଲେଜ ର ଛାତ୍ର ଯତୀନ ପଶାୟତ ଓ ସ୍ଵପ୍ନାରlଣି ହାଇଡ୍ରଫୋନିକ ଓ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ ବୃକ୍ଷଚିହ୍ନିବାରେ ଏବଂ ଜୈବମଣ୍ଡଳ ବିଷୟରେ ସନ୍ଦର୍ଭ ପାଠ କରିଥିଲେ। ଶ୍ରୀମତୀ ହେମଶିଲା ମାଝୀ ,ଅଧ୍ୟାପିକା ଉଦ୍ଭିଦବିଜ୍ଞାନ ବିଭାଗ ସ୍ବାଗତ ଭାଷଣ ଦେବା ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶ୍ରୀଯୁକ୍ତ ଦେବଦତ୍ତ ଭୋଇ ଅଧ୍ୟାପକ ଉଦ୍ଭିଦବିଜ୍ଞାନ ବିଭାଗ ଅତିଥି ପରିଚୟ ପ୍ରଦାନ କରିଥଲେ। କାର୍ଯ୍ୟକ୍ରମରେ କେଶେଇବାହାଲ ର ଅଧ୍ୟାପିକା ଶ୍ରୀମତୀ ଅଞ୍ଜଳି ପଟେଲ ଓ ୧୫ ଜଣ ଛାତ୍ରଛାତ୍ରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୁଚିଣ୍ଡା ମହାବିଦ୍ୟାଳୟର ପ୍ରାଧ୍ୟାପକ ଶ୍ରୀଯୁକ୍ତ ପ୍ରମୋଦ ସ୍ୱାଇଁ ,ଅଧ୍ୟାପକ ଅଭିନ କିସାନ ,ମହାଦେବ ମେହେର ,ଚନ୍ଦନ ଖଣ୍ଡଗିରି , ମଞ୍ଜୁଶ୍ରୀ ଦାସ, ଭିକାରୀ ଓରାମ , ଟିକେଶ୍ୱର୍ ଘୁଗର , ପରମଜିତ ନାଏକ ,ଶ୍ରୀମତୀ ରଶ୍ମିତା ନାଥ, ସୁଜିତ୍ ପୃଷେଠ, ପବିତ୍ର ପାଣି, ଶିଶିର ସେଠ୍, ଏବଂ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ। ଶେଷରେ ଛାତ୍ରଛlତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ