କୁଚିଣ୍ଡା କଲେଜରେ ମେହେର ଜୟନ୍ତୀ
କୁଚିଣ୍ଡା, (ଯୁଗାବ୍ବ ନ୍ୟୁଜ ) : ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ କୁଚିଣ୍ଡା କଲେଜର ସାଂସ୍କୃତିକ ସଂସଦ ପକ୍ଷରୁ ମଙ୍ଗଳବାର ମହାସମାରୋହରେ ପାଳିତ ହୋଇଯାଇଛି ।କଲେଜ ଅଧ୍ୟକ୍ଷ ସୁଦର୍ଶନ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଅଶୋକ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କବି ଗଙ୍ଗାଧର ମେହେରଙ୍କ ଜୀବନୀ ଏବଂ ତାଙ୍କ କବିତା ମାଧ୍ୟମରେ ଓଡିଆ ଭାଷା ଏବଂ ସାହିତ୍ୟ ପ୍ରେମୀଙ୍କ ମଧ୍ୟରେ ଏକ ନୂତନ କିରଣ ସଞ୍ଚାରିତ ହୋଇଥିଲା ବର୍ଣ୍ଣନା କରିଥିଲେ ।ଅଧ୍ୟାପିକା ସୁଚିତ୍ରା ମିଶ୍ର ଅତିଥି ପରିଚୟ ପ୍ରଦାନ ସାଙ୍ଗକୁ ଜୟନ୍ତୀ ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।ଅଧ୍ୟାପିକା ରଞ୍ଜନୀ ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ, ଅଧ୍ୟାପିକା ସଞ୍ଜୁଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସରରେ ଗଙ୍ଗାଧର ମେହେରଙ୍କ ଜୀବନୀ ଉପରେ ଛାତ୍ରଛାତ୍ରୀ ମାନେ ସ୍ୱରଚିତ କବିତା ଆବୃତି କରିଥିଲେ ।ପରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀମାନଙ୍କୁ ଅତିଥିଗଣ ପୁରଷ୍କୃତ କରିଥିଲେ ।


