କୁଚିଣ୍ଡା ଜିଲ୍ଲା ଦାବୀ ନେଇ ଧାରଣାରେ କ୍ରିୟାନୁଷ୍ଠାନ କମିଟି

କୁଚିଣ୍ଡା, (ନୃପଲାଲ ଦେବ):କୁଚିଣ୍ଡାକୁ ଆଦିବାସୀ ଜିଲ୍ଲା ମାନ୍ୟତା ନେଇ ବିଭିନ୍ନ ସମୟରେ ଅନେକ ସଂଘର୍ଷ ଆନ୍ଦୋଳନ ଚାଲି ରହିଥିବାବେଳେ ଆଜି ପୁଣିଥରେ ଉପଖଣ୍ଡ ସ୍ଥରରେ ଆନ୍ଦୋଳନ ଜୋର ଦିଖିବାକୁ ମିଳିଛି l ଆଜି ସକାଳ ୧୧ ଟା ସମୟରେ କୁଚିଣ୍ଡା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସମସ୍ତ ଜନସାଧାରଣଙ୍କ ସମାଗମରେ କୁଚିଣ୍ଡା ପି. ଡବ୍ଲୁ. ଡି ଡାକବଙ୍ଗଳା ରୁ ଏକ ରେଲି ବାହାରି କୁଚିଣ୍ଡାକୁ ଆଦିବାସୀ ଜିଲ୍ଲା ମାନ୍ୟତା ଦାବିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗଣଧାରଣା ଦେଇଛନ୍ତି l
କୁଚିଣ୍ଡା ଜିଲ୍ଲା ମାନ୍ୟତା ଦାବୀ ନେଇ ଆଜିକୁ ୪୮ ବର୍ଷ ସଂଘର୍ଷ ପରେ ମଧ୍ୟ କୁଚିଣ୍ଡା ଜିଲ୍ଲା ମାନ୍ୟତା ଦାବୀରୁ ବଞ୍ଚିତ ରହିଛି l ୧୯୭୫ ମସିହାରେ ଜଷ୍ଟିସ ଆର. କେ. ଦାସ କମିଶନ କୁଚିଣ୍ଡା ଜିଲ୍ଲା ଗଠନ ହେବାର ଯଥାର୍ଥ ସମ୍ପର୍କରେ ଗ୍ରହଣଯୋଗ୍ୟ ମତ ଦେଇଥିବାବେଳେ ୧୯୮୨ ମସିହାରୁ କୁଚିଣ୍ଡା ଜିଲ୍ଲା ଦାବୀକୁ ନେଇ ବିଭିନ୍ନ ମଞ୍ଚ ଜରିଆରେ ସରକାରକୁ ଦୃଷ୍ଟି ଆକର୍ଷଣ କରାଯାଉଛି l ୧୯୯୦-୯୧ଓଡିଶାର ଜିଲ୍ଲା ପୁନର୍ଗଠନ ସମୟରେ ସାମନ୍ୟା ଅସମଞ୍ଜାସ ଯୋଗୁଁ ଶେଷ ହେବାକୁ କୁଚିଣ୍ଡା ଜିଲ୍ଲା ହେବାରୁ ବଞ୍ଚିତ ହୋଇଥିଲା l ଯାହା ବର୍ତ୍ତମାନ ପୂରଣ କରିବାର ଦାବିରେ ଜୋର ଧରିଛି l ଦିଖିବାକୁ ଗଲେ ଜନଗଣନା ଆଧାରରେ ପ୍ରସ୍ତାବିତ କୁଚିଣ୍ଡା ଜିଲ୍ଲାର ଲୋକସଂଖ୍ୟା ପ୍ରାୟ ୪.୫ ଲକ୍ଷ ଓ ଭୌଗଳିକ ପରିସୀମା ପ୍ରାୟ ୨୭୦୦ ବର୍ଗ କି. ମି l ସଶକୀୟ ବ୍ୟବସ୍ତା ଦୃଷ୍ଟିରୁ କୁଚିଣ୍ଡା ଜିଲ୍ଲା ପ୍ରଶାସନ ଅଧୀନରେ ଗୋଟିଏ ବିଧାନସଭା ନିର୍ବାଚନ ମଣ୍ଡଳୀ,ପ୍ରାୟ ୫୧୦ ଟି ରାଜସ୍ବ ଗ୍ରାମ, ୫୫ ଟି ଗ୍ରାମ ପଞ୍ଚାୟତ,୭ଟି ଜିଲ୍ଲା ପରିଷଦ ଜୋନ,3ଟି ପଞ୍ଚାୟତ ସମିତି,ଗୋଟିଏ ପୌର ପରିଷଦ,3୩ ଟ ଥାନା କ୍ଷେତ୍ର ରହିଛି l ଯାହା ଗୋଟିଏ ଜିଲ୍ଲା ମାନ୍ୟତା ଦାବିର ଦୃଷ୍ଟିରୁ ଯଥେଷ୍ଟ ଅଟେ l ସେହିପରି କୁଚିଣ୍ଡା ଜିଲ୍ଲା ଅଞ୍ଚଳରେ ବହୁଳ ପରିମାଣରେ ଉତ୍ପାଦିତ ହେଉଥିବା ‘ବାମଣ୍ଡା ଲଙ୍କା ‘ ଅନ୍ତ ରାଜିୟ ବଜାରରେ ନିଜର ବେଶ ପରିଚୟ ସୃଷ୍ଟି କରିଛି l କୁଚିଣ୍ଡା ଜିଲ୍ଲାରେ ଆଞ୍ଚଳିକ କଳାର ଅକାଳନୀୟ ସାମର୍ଥ୍ୟ ଓ ସମ୍ଭାବନା ଥିବାବେଳେ ‘ ରଙ୍ଗବତୀ ଗୀତ ‘ ବିଶ୍ୱରେ ସୁ ପ୍ରତିଷ୍ଠିତ ହୋଇପାରିଛି l ଭାରତ ସ୍ୱାଧୀନ ପ୍ରାପ୍ତି ପୂର୍ଵରୁ ରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ ସାର୍ବଜନୀନ ଉତ୍ସବ ” କୁଚିଣ୍ଡା ଦଶହରା ” ଓ ” ବାମରା ମକର ମେଳା ” ଆଜି ମଧ୍ୟ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଆସୁଛି l ପ୍ରାକୃତିକ ପରିବେଷ୍ଟିନି ମଧ୍ୟରେ ଥିବା ” ଗୁଦଗୁଦା ଜଳପ୍ରପାତ ” ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ କୁଚିଣ୍ଡା ପରିଚୟ ବହନ କରେ l ଏଠି ପ୍ରତ୍ୟୋକ ବର୍ଷ ଲକ୍ଷାଧିକ ପର୍ଯ୍ୟଟକ ଆସିଥାନ୍ତି l କୁଚିଣ୍ଡା ଅଞ୍ଚକର ଛାତ୍ରଛାତ୍ରୀ ଓ କ୍ରୀଡାବିତ ବିଭିନ୍ନ ଖେଳ, ପଢା, କଳା ମାନଙ୍କରେ ପାରଦର୍ଶିତା ଥିଲେ ମଧ୍ୟ ସୁଯୋଗ ଅଭାବରୁ ଆଗକୁ ଯାଇ ପାରୁନାହାନ୍ତି l କୁଚିଣ୍ଡା ଜିଲ୍ଲା ମାନ୍ୟତା ପାଇଲେ ଏହି ସବୁ କ୍ଷେତ୍ରରେ ନୂତନ ସମ୍ଭାବନା ପ୍ରତିଷ୍ଠା ଲାଭ କରିବ l ଗୋଟିଏ ଜିଲ୍ଲା କେନ୍ଦ୍ର ପରିଚାଳନା ପାଇଁ କୁଚିଣ୍ଡା ଠାରେ ଆବଶ୍ୟକୀୟ ସମସ୍ତ ଭିତିଭୂମି ମହଜୁତ ଅଛି l ମୁଖ୍ୟାଳୟ ପାଇଁ ସରକାରୀ କୋଠା, ଜମି,ଜଲଯୋଗାଣ, ରାସ୍ତା ସଂଯୋଗ,ବ୍ୟାଙ୍କ ଅଫିସ ବ୍ୟବସ୍ଥା ଉପଲବ୍ଧ ଅଟେ l ତେଣୁ କୁଚିଣ୍ଡା ଉପଜିଲ୍ଲାକୁ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଦିଆଯାଇପାରିବ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ