କୁଚିଣ୍ଡା ମହାବିଦ୍ୟାଳୟରେ ୫୯ତମ ବାର୍ଷିକ ଉତ୍ସବ
କୁଚିଣ୍ଡା, (ରିଙ୍କୁ କୁସୁମ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ର ସର୍ବବୃହତ ସର୍ବପୁରାତନ କୁଚିଣ୍ଡା ମହାବିଦ୍ୟାଳୟ ର ୫୯ ତମ ବାର୍ଷିକ ଉତ୍ସବ ଆଜି ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। କୁଚିଣ୍ଡା ମହାବିଦ୍ୟାଳୟ ଛାତ୍ର ସଂସଦରେ ପ୍ରତିନିଧି ରୁପାଲି ପଣ୍ଡା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ କୁଚିଣ୍ଡା ମହାବିଦ୍ୟାଳୟ ଅଧ୍ୟକ୍ଷା ଅତିଥି ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଅଧ୍ୟାପିକା ମଞ୍ଜୁଶ୍ରୀ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟାପିକା ଜାଗୃତି ବାଗ,ଅଧ୍ୟାପକ କାହ୍ନୁ ଚରଣ ମୁନା ସଭା ପରିଚାଳନା କରିଥିଲେ। କୁଚିଣ୍ଡା ମହାବିଦ୍ୟାଳୟ ର ପୂର୍ବ ଛାତ୍ର ତଥା ବର୍ତ୍ତମାନ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ, ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମାଁ ସମଲେଶ୍ଵରୀ ଓ ସରସ୍ବତୀ ମାଁ ଙ୍କ ଫଟୋ ରେ ଧୂପଦୀପ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ଗାଁ ର ବିକାଶ ହେଲେ ଦେଶ ବିକାଶ ହେବ। ଏଥିପାଇଁ ଦକ୍ଷତା ବିକାଶ ର ଆବଶ୍ୟକତା ରହିବା ଛାତ୍ର ଛାତ୍ରୀ ମାନେ ଏ ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଖେଳ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଲେ ଭାରତ ରେ ରହିଥିବା ଗୁରୁକୂଳ ଶିକ୍ଷା କୁ ପରିବର୍ତ୍ତିତ କରି ଦେଶକୁ ପରାଧିନ କରିଛନ୍ତି।ଆମ ସରକାର ନୂତନ ଶିକ୍ଷା ନିତୀ ଲାଗୁ କରିବା ସହିତ ସମସ୍ତ ଶିକ୍ଷାନୁଷ୍ଠାନ ର ପ୍ରାଥମିକ ଭିତ୍ତିଭୂମି ର ପରିବର୍ତନ ଅଣାଯିବ ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବରେ ବିଦୁଭୂଷଣ ମିଶ୍ର ଭାଇସ ଚାନସେଲର ସମ୍ବଲପୁର ବିଶ୍ୱବିଦ୍ୟାଳୟ ଯୋଗଦେଇ ଓଡ଼ିଶା ରେ ସବୁଥାଇ ଓଡିଶା ର ଛାତ୍ର ଛାତ୍ରୀ ଶିକ୍ଷିତ ନ ହେବା ଯୋଗୁଁ ଓଡିଶା ପଛରେ ରହିଛି। ଏଥିପାଇଁ ଓଡ଼ିଶା ଶିକ୍ଷା ରେ ପରିବର୍ତ୍ତନ କରି ପୁସ୍ତକ ଭିତ୍ତିକ ଶିକ୍ଷା ବଦଳରେ ଇନଟନସିଭ ଶିକ୍ଷା ସହିତ ଛାତ୍ର ଛାତ୍ରୀ ଭବିଷ୍ୟତର ସ୍ବପ୍ନ କୁ ସାକାର କରିବା ପାଇଁ ଉଦ୍ୟମ ର ଆବଶ୍ୟକତା ରହିଛି ଓ ପରିଚାଳନା କମିଟି ର ସଭାପତି ଉପଜିଲ୍ଲାପାଳ ଗୈାରବ ମୟ ପ୍ରଧାନ ଯୋଗଦେଇ ସରକାର ଙ୍କ ସମସ୍ତ କାର୍ଯ୍ୟକୁ ସମାପନ କରିବେ ବୋଲି ପ୍ରତିଶୃତି ଦେଇଥିଲେ।ଏହି ଅବସରରେ ମହାବିଦ୍ୟାଳୟ ଛାତ୍ର ୟୂନିୟନ ଉପଦେଷ୍ଟା ସୁଭଦ୍ରା ଦାସ ମହାବିଦ୍ୟାଳୟ ବିଷୟରେ ଜଣାଇବା ସହିତ ମହାବିଦ୍ୟାଳୟ କଲେଜ ପଡ଼ିଆକୁ ଖେଲ ଉପଯୋଗୀ କରିବା ସହିତ ଏହାର ଚାରିପାଖରେ ବାଉଣ୍ଡ୍ରୀ ନିର୍ମାଣ ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ ,ରୋସନ କୁଲୁ,ଟିକେଶ୍ବର ଘୁଘର, ଦିବ୍ୟ ନାଗ, ସାର୍ଥକ ମିଶ୍ର, ଛାତ୍ର ଛାତ୍ରୀ କର୍ମଚାରୀ ଉପସ୍ଥିତ ରହିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ସମୟରେ ଅତିଥି ମାନେ ମହାବିଦ୍ୟାଳୟ କୃତ୍ତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ।