କୁଚିଣ୍ଡା ରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ

କୁଚିଣ୍ଡା, (ରିଙ୍କୁ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା କଲେଜ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷିଯନ୍ତ୍ରପାତି ମେଳା ରବିବାର ଉଦଯାପିତ ହୋଇଯାଇଛି।କୁଚିଣ୍ଡା ଉପଜିଲ୍ଲାପାଳ ଗୌରବମୟ ପ୍ରଧାନଙ୍କ ସଭାପତିତ୍ବରେ ହୋଇଥିବା କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ସେ କହିଥିଲେ ଯେ,କୁଚିଣ୍ଡାର ଚାଷ ଓଡିଶାକୁ ଦିଗଦର୍ଶନ ଦେଇଛି।ତେଣୁ ଚାଷ ଜମିକୁ ଜଳସେଚନ କରି ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ରହିଥିବା ଏବଂ ଚାଷୀଙ୍କ ଅର୍ଥନୈତିକ ବିକାଶ ହେଲେ ଦେଶ ଆଗକୁ ବଢିପାରିବ ବୋଲି କହିଥିଲେ।ବାମରା ପଞ୍ଚାୟତ ସମିତି ଅଧ୍ୟକ୍ଷା ପିଙ୍କି ଧୂରୁଆ, ଜିଲ୍ଲାପରିଷଦ ସଭ୍ୟ ଦିବ୍ୟରାଜ କିଷାନ,ଏମପି ପ୍ରତିନିଧି ରୁଦ୍ରପ୍ରତାପ ଦେଓ,ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ, ତହସିଲଦାର ମିତାଲି ମଧୁମିତା ଦଳେଇ,ବିଡିଓ ଜୟନ୍ତ ସାହୁ,ଆସିଷ୍ଟାଣ୍ଚ କଲେକ୍ଟର ଭାସ୍କର ଚନ୍ଦ୍ର ବେହେରା ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଚାଷୀଙ୍କୁ ଅଧିକ ପ୍ରୋତ୍ସାହିତ କଲେ କୁଚିଣ୍ଡା ଅଞ୍ଚଳର କୃଷିରେ ଅଭିବୃଦ୍ଧି ହୋଇପାରିବ ବୋଲି କହିଥିଲେ।ଏହି ଅବସରରେ ମା ସାରଳା ମହିଳା ଏସଏଚଜି,ମା ତାରିଣୀ ମହିଳା ଏସଏଚଜିଙ୍କୁ ପାୱାରଟିଲର,ନୀଳମଣି ସାହୁ,ସୁବୋଧ ନାଏକ,ଜଗତ୍ରାମ କୁଜୁର,ଜୟଦେବ କିଷାନଙ୍କୁ ୱିଡର, ସନ୍ତୋଷ କାଲୋଙ୍କୁ ରିପର ଏବଂ ନବରତ୍ନ ନାୟକ, ସହଦେବ କୁଞ୍ଜ,ଭକ୍ତ ନାଏକ,ଲଳିତ ପୃଷେଠ ଓ ସୌଭାଗ୍ଯ ପଟେଲଙ୍କୁ ରିହାତି ମୂଲ୍ୟରେ ଟ୍ରାକ୍ଟର ବଣ୍ଟନ କରାଯାଇଥିଲା।ଏହି ତିନିଦିନ ଧରି ଚାଲିଥିବା କୃଷିଯନ୍ତ୍ରପାତି ମେଳାରେ ୧୩୩ଜଣ ଚାଷୀ ଓ ମହିଳା ଏସଏଚଜିଙ୍କୁ ବିଭିନ୍ନ ବିଭାଗରୁ କୃଷିଯନ୍ତ୍ରପାତି ବିତର କରି ଚାଷୀଙ୍କ ଆକାଉଣ୍ଟକୁ ସିଧା ସଳଖ ୩କୋଟି ୫୮ଲକ୍ଷ ଟଙ୍କାର ସବସିଡି ଯାଇଥିବା କୃଷିବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ମଳୟ ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ କୃଷିଜିଲ୍ଲା ଅଧିକାରୀ ପ୍ରସନ୍ନ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ସହକାରୀ କୃଷି ଅଧିକାରୀ ତନୟ କୁମାର ମୁର୍ମୁ,ଚନ୍ଦ୍ରଭାନୁ ମାଝି,କାଦମ୍ବିନୀ ଶତପଥି,ପୃଥ୍ୱୀରାଜ ଭୋଇ,ସୁଧାଂଶୁ ଶେଖର ପ୍ରଧାନ,ସଞ୍ଜୁ ମୁଣ୍ଡାରୀ, ଗଗନ ବିହାରୀ ନାୟକ, ରୋଜାଲିନ ପ୍ରଧାନ, ସ୍ନେହଲତା ସେଠ,ସସ୍ମିତା ଗଡନାୟକ, ଦେବଜାନୀ ଅର୍କ,ମନୋଜ ବାଘ ପ୍ରମୁଖ ସହଯୋଗ କରିଥିଲେ।ଏହି ମେଳାରେ ବିଭିନ୍ନ ବିଭାଗ,କମ୍ପାନୀ ଓ ମହିଳା ଏସଏଚଜି ପକ୍ଷରୁ ୩୫ ଗୋଟି ଷ୍ଟଲ ପ୍ରଦର୍ଶିତ ହୋଇଥିଲା।

Spread the love

Advertisement

ଏବେ ଏବେ