କୁଚିଣ୍ଡା ରେ ଓଡ଼ିଆ ଚଳଚିତ୍ର କସ୍ତୁରୀ ର ଟ୍ରେଲର ରିଲିଜ

କୁଚିଣ୍ଡା, (ଯୁଗାବ୍ଦ ନ୍ୟୁଜ):କୁଚିଣ୍ଡା ରେ ପ୍ରଥମ ଥର ଓଡ଼ିଆ ଚଳଚିତ୍ର କସ୍ତୁରୀ ର ପ୍ରମୋସନ ସହିତ ପୋଷ୍ଟର ଓ ଟ୍ରେଲର ରିଲିଜ ହୋଇଛି l ପ୍ରେମଲତା ସିନେ ପ୍ରଡକ୍ସନ ବ୍ୟାନର ରେ ନିର୍ମିତ ଏହି ଫିଲ୍ମ ରେ ପ୍ରଯୋଜକ ସଞ୍ଜୟ ପାତ୍ର ଥିବାବେଳେ କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ସଂଗ୍ରାମ ମହାନ୍ତି ଦେଇଛନ୍ତି l ସଙ୍ଗୀତକାର ଶିବୁ ଜେନା, ଗୀତିକାର ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ ଓ ପଞ୍ଚାନନ୍ଦ ନାୟକ ଅଛନ୍ତି l କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଅସୀମା ପଣ୍ଡା, ସୌରଭ ନାୟକ, ସୋହିନୀ ମିଶ୍ର, ଅରବିନି, ନାଜିଆ ଆଲାମ୍, ସରୋଜ୍ ପ୍ରଧାନ ଅଛନ୍ତି l କ୍ୟାମେରା ଗୋପାଲ କୃଷ୍ଣ ସାହୁ ରହିଛନ୍ତି l ଏହି କାର୍ଯ୍ୟକ୍ରମରେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ସମ୍ମାନିତ ଅତିଥି ଭାବରେ ତହସିଲଦାର ପ୍ରସନ୍ନ ଟେଟେ, ଅଜିତ୍ ମହାପାତ୍ର, ସଞ୍ଜୟ ବେହେରା ପ୍ରମୁଖ ଯୋଗଦେଇ ଥିଲେ । ଏହି ଫିଲ୍ମ ରେ କଳାକାର ଅଶ୍ରୁମୋଚନ ମହାନ୍ତି , ପ୍ରଦ୍ୟୁମ୍ନ ଲେଙ୍କା, ପୃଥ୍ୱୀରାଜ ନାୟକ, ଦୁଷ୍ମନ୍ତ ପଣ୍ଡା, ସୁମନ ମହାରଣା, ହୃଷୀକେଶ ମିଶ୍ର, ଦେବଦତ୍ତ ସାମନ୍ତରାୟ, ରମାକାନ୍ତ ସାମନ୍ତରାୟ, ଓମ୍ ପ୍ରସାଦ ପଟେଲ୍, ସଞ୍ଜୟ ପାତ୍ର, ନିହାର ରାଉତ, ଶିତୁ, କୁକୀଜ୍ ସ୍ୱାଇଁ, ବିଜୟିନୀ ମିଶ୍ର, ପ୍ରତିଭା ପଣ୍ଡା, ମାମୁନି,ଦେବିକl ଓ ସ୍ନିଗ୍ଧ। ପ୍ରମୁଖ କଳାକାର ଅଭିନୟ କରିଛନ୍ତି l କୁଚିଣ୍ଡା ର ଦୁଇଜଣ କଳାକାର ଓମ୍ ପ୍ରସାଦ ପଟେଲ୍ ଓ ସଞ୍ଜୟ ପାତ୍ର ପ୍ରଥମ ଥର ପାଇଁ ଓଡ଼ିଆ ଫିଲ୍ମ୍ ରେ ଅଭିନୟ କରିଛନ୍ତି l ଏହି ଫିଲ୍ମ ସେପ୍ଟେମ୍ବର ୧୫ ତାରିଖରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ