କୁଚିଣ୍ଡା ରେ “ଜାତୀୟ ବାଳିକା ଦିବସ ୨୦୨୫” ପାଳିତ

କୁଚିଣ୍ଡା, (ରିଙ୍କୁ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ କୁଚିଣ୍ଡା ବ୍ଲକ ସ୍ତରୀୟ ଜାତୀୟ ବାଳିକା ଦିବସ ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମ ଆରମ୍ଭରେ ଛାତ୍ରୀମାନେ ନଗର ପରିକ୍ରମା କରିଥିଲେ ।ଏହି ଉତ୍ସବରେ କୁଚିଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ଗୀତା ପଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।ସହାୟକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ଦେହୁରୀ ଓ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶ୍ରୀକାନ୍ତ ଚୌଧୁରୀ ମହାଶୟ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।ଉପସ୍ଥିତ ଅତିଥି ବୃନ୍ଦ ସାଂପ୍ରତିକ ସମୟରେ ବାଳିକା ଶିକ୍ଷା ର ଗୁରୁତ୍ତ୍ଵ ଓ ଆବଶ୍ୟକତା ଉପରେ ଅଭିଭାଷଣ ରଖିଥିଲେ ।କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ