କୁଚିଣ୍ଡା ରେ ବନାଗ୍ନି ନିରାକରଣ ସଚେତନତା ଶିବିର
କୁଚିଣ୍ଡା,(ରିଙ୍କୁ କୁସୁମ):ଓଡିଶା ସରକାରଙ୍କ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ସମ୍ବଲପୁର ଜିଲ୍ଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ କୁଚିଣ୍ଡା ବନାଞ୍ଚଳ କାର୍ଯ୍ୟାଳୟରେ ବୁଧବାର ଏକ ବନାଗ୍ନି ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବନାଞ୍ଚଳ ଅଧିକାରୀ ଲେଖାରାଣୀ ମହାନନ୍ଦଙ୍କ ତତ୍ତ୍ବାବଧାନରେ ଜଙ୍ଗଲ ନିଆଁ ରୋକିବାପାଇଁ ସରପଞ୍ଚଙ୍କ ଭୂମିକା ଶିର୍ଷକ ଏକ ଆଲୋଚନାଚକ୍ର ହୋଇଥିଲା।ଏଥିରେ ବାମରା ବନଖଣ୍ଡ ଅଧିକାରୀ ସମୀର କୁମାର ସାହୁ ସଭାପତିତ୍ବ କରି କହିଥିଲେ ଯେ, ଜନସାଧାରଣ ହେଉଛନ୍ତି ଜଙ୍ଗଲ ସମ୍ପଦର ମାଲିକ,ଜଙ୍ଗଲ ସୁରକ୍ଷା ତାଙ୍କ ହାତରେ ରହିଛି।ଦରମାଭୋଗୀ ବନକର୍ମଚାରୀ କେବଳ ଜଙ୍ଗଲକୁ ଜଗିରହିଛନ୍ତି।ତେଣୁ ଜଙ୍ଗଲର ସୁରକ୍ଷା ସହ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ସମସ୍ତେ ସହଯୋଗର ହାତ ବଢାଇବାକୁ ନିବେଦନ କରିଥିଲେ।କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ଙ୍କ ପ୍ରତିନିଧି ତଥା ଭାଜପା ନେତା ଶୁଶିଳ କର ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ,କୁଚିଣ୍ଡା ଉପଜିଲ୍ଲାପାଳ ଗୌରବମୟ ପ୍ରଧାନ ମୁଖ୍ୟବକ୍ତା ଏବଂ ସମ୍ମାନିତ ଅତିଥି ଭାବେ କୁଚିଣ୍ଡା ତହସିଲଦାର ମିତାଲି ମଧୂସ୍ମିତା ଦଲେଇ , କୁଚିଣ୍ଡା ଅଗ୍ନିଶମ କେନ୍ଦ୍ର ର କେନ୍ଦ୍ରାଧିକାରୀ ଜିବନ ପ୍ରତାପ ଟପୋ ପ୍ରମୁଖ ଯୋଗଦେଇ ଜଙ୍ଗଲ ସୁରକ୍ଷା ସହିତ ପ୍ରାକୃତିକ ସଂପଦର ସୁରକ୍ଷା ଦିଗରେ ଆଲୋକପାତ କରିଥିଲେ।


