କୁଚିଣ୍ଡା ରେ ବିଜୁ ଛାତ୍ର ଜନତା ଦଳର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ସମ୍ବଲପୁର,(ନୃପଲାଲ ଦେବ ): ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ର ବିଜୁ ଜନତା ଦଳ କାର୍ଯ୍ୟାଳୟ ରେ ବିଜୁ ଛାତ୍ର ଜନତା ଦଳର ନବ ନିର୍ବାଚିତ ପ୍ରତିନିଧି ଙ୍କ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ସମ୍ବଲପୁର ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ସିଦ୍ଧାନ୍ତ ମହାନ୍ତି, ସାଧାରଣ ସମ୍ପାଦକ ଦୀପ୍ତି ରଞ୍ଜନ ମଲ୍ଲିକ, ଉପସଭାପତି ଜାଭେଦ୍ ଅଖତାର ଓ ସୁଶାନ୍ତ ମେହେର, କୁଚିଣ୍ଡା ବ୍ଲକ୍ ସଭାପତି ଭରତ ନାୟକ, କୁଚିଣ୍ଡା ଏନଏସି ଛାତ୍ର ସଭାପତି ଅଭିଳାଷ ଅଗ୍ରୱାଲ ପ୍ରମୁଖ ଙ୍କୁ ବିଜୁ ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା l କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକ, ଟାଉନ୍ ସଭାପତି ସଞ୍ଜୟ ବେହେରା, ବ୍ଲକ୍ ସଭାପତି ଅମୂଲ୍ୟ ମିଶ୍ର, ମୋ ପରିବାର ସଂଯୋଜକ ଅଜିତ ମହାପାତ୍ର ଓ ଅନେକ୍ ବିଜୁ ଛାତ୍ର ଜନତା ଦଳର କର୍ମୀ ଉପସ୍ଥିତ ଥିଲେ l ଆଗାମୀ ଦିନରେ ସମ୍ବଲପୁର ଜିଲ୍ଲା ବିଜୁ ଛାତ୍ର ଜନତା ଦଳ କୁ ମଜବୁତ କରିବା ପାଇଁ ସଂକଳ୍ପ ନିଆଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ