କୁଚିଣ୍ଡା ରେ ରୋଷେଇ ପ୍ରତିଯୋଗିତା ଅନୁଷ୍ଠିତ
କୁଚିଣ୍ଡା, (ରିଙ୍କୁ କୁସୁମ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ କେଶାଇବାହାଲ ବାସୁଦେବ ଗୋଦାବରୀ ଡିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଦୟାସାଗର ପ୍ରଧାନ ପୌରହିତ୍ୟରେ ଜାତୀୟ ସେବା ଯୋଜନା ଦ୍ଵାରା ପରିଚାଳିତ ତ୍ରୀ ଦିବସୀୟ ଯୁବ ନେତୃତ୍ବ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଅଛି। ଉକ୍ତ କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ବିଦୁ ଭୂଷଣ ମିଶ୍ର ଯୋଗ ଦେଇ ଆତ୍ମ ପ୍ରବନ୍ଧନ, ଆଧ୍ୟାତ୍ମିକ ନୌତିକତା, କୋଶଳ ବିକାଶ ଉପରେ ସ୍ୱେଚ୍ଛାସେବୀ ମାନଙ୍କୁ ଉଦବୋଧନ ଦେବା ସହ ସ୍ଵେଚ୍ଛାସେବୀ ମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ସମ୍ମାନୀତ ଅତିଥି ଭାବେ କୁଚିଣ୍ଡା ଉପଜିଲ୍ଲାପାଳ ଡ. ଗୌରବମୟ ପ୍ରଧାନ ଯୋଗଦେଇ ଯୁବ ବିକାଶ ରେ ଏନ ଏସ ଏସ ର ଭୁମିକା ଉପରେ ଉଦବୋଧନ ଦେଇଥିଲେ l ଅଧ୍ୟକ୍ଷ ଦୟାସାଗର ପ୍ରଧାନ ଯୋଗଦେଇ ସମାଜ ସେବା ମାଧ୍ୟମରେ କିପରି ବ୍ୟକ୍ତିତ୍ବର ବିକାଶ କରାଯାଇ ପାରିବ ତା ଉପରେ ଆଲୋକପାତ କରିଥିଲେ। ସମ୍ବଲପୁର ବିଶ୍ଵବିଦ୍ୟାଳୟର ସଂଯୋଜକ ଅଧିକାରୀ ଡ. ବିରେନ୍ଦ୍ର ବେହେରା ଜାତୀୟ ସେବା ଯୋଜନା ଓ ସମାଜ ସେବାରେ ତାର ଭୂମିକା ଆଲୋଚନା କରିଥିଲେ । ଜିଲ୍ଲା ସଂଯୋଜକ ଅଧିକାରୀ ଶାନ୍ତନୁ ପଧାନ ଜାତୀୟ ସେବା ଯୋଜନା ଓ ସମାଜ ସେବା ଉପରେ ସ୍ୱେଚ୍ଛାସେବୀ ମାନଙ୍କୁ ଉଦବୋଧନ ଦେଇଥିଲେ l ମହାବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ସଜନ ଖଣ୍ଡେଲୱାଲ, ପ୍ରତିଷ୍ଠାତା ଅଧ୍ୟକ୍ଷ ଘାସିରାମ ସାହୁ ଯୁବ ନେତୃତ୍ୱ ଉପରେ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନାର ସଂଯୋଜକ ଅଧିକାରୀ ବିନୋଦ ବିହାରୀ ପୃଷେଠ ପରିଚାଳନା କରିଥିବା ବେଳେ ପ୍ରୋଗ୍ରାମ ଅଫିସର ତରୁଣ ପୃଷେଠ ଧନ୍ୟବାଦ୍ ଅର୍ପଣ କରିଥିଲେ ଏବଂ ଅଧ୍ୟାପକ ହାରେଶ କୁମାର ସାହୁ ସକ୍ରିୟ ଭବେ କର୍ଯ୍ୟକ୍ରାମରେ ଅଂଶଗ୍ରହଣ କରିଥଲେ । ଏହି କାର୍ଯ୍ୟକ୍ରମରେ ୧୮ ଟି କଲେଜର ୧୦୦ ଜଣ ସ୍ୱେଚ୍ଛାସେବୀ,୧୦ ଏନ୍ ଏସ୍ ଏସ୍ ସଂଯୋଜକ ଅଧିକାରୀ ଓ ବି ଜି ଡି କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।