କୁଜାସିଂ ଗ୍ରାମରେ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ କୁଜାସିଂ ଗ୍ରାମ ଠାରେ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ଯୁବ ନେତା ବଟକୃଷ୍ଣ ଭୂୟାଁଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ଯୁବକମାନଙ୍କ ଦ୍ୱାରା ଏହା ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅମିତ କୁମାର ପଟ୍ଟନାୟକ ଯୋଗ ଦେଇ ସ୍ୱଚ୍ଛତା ଏବଂ ପ୍ଲାଷ୍ଟିକ ବ୍ୟର୍ଜ୍ୟ ବସ୍ତୁକୁ ନେଇ ହେଉଥିବା ବିଭିନ୍ନ ସମସ୍ୟା ଉପରେ ସ୍ଥାନୀୟ ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ । ଏହି ଅବସରରେ ସ୍ଥାନୀୟ ସରପଞ୍ଚ ଯବାନ ଭୂୟାଁ, ଶିକ୍ଷକ ଜଗନ୍ନାଥ କୁମ୍ଭ, ନାୟବ ସରପଞ୍ଚ ଯବାନ ଭୂୟାଁ, ଶିକ୍ଷକ ଜଗନ୍ନାଥ କୁମ୍ଭ, ନାୟବ ସରପଞ୍ଚ ଅମ୍ବିକା କାର୍ଯୀ, ଯୁବକ ସଂଘ ସଭାପତି ଗୋପାଳ ରାଗସ୍ ଏବଂ ଏଏନ୍‌ଏମ୍ ଶାନ୍ତିଲତା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ସ୍ୱଚ୍ଛତା ଏବଂ ଗ୍ରାମର ବିକାଶକୁ ଗୁରୁତ୍ୱ ଦେଇ ନିଜ ନିଜର ମତ ଉପସ୍ଥାପନା କରିଥିଲେ । ଉକ୍ତ ସଚେତନତା ସଭା ପରେ ସ୍ଥାନୀୟ ଗ୍ରାମବାସୀମାନେ ଗ୍ରାମରେ ସଫେଇ କାର୍ଯ୍ୟ ଆରମ୍ଭ କରିଥିଲେ । ଗ୍ରାମ ରାସ୍ତାରେ ପଡି ରହିଥିବା ଅଳିଆ ଆବର୍ଜନା ଗୁଡିକୁ ସଫା କରିବା ସହ ବ୍ଲିଚିଂ ପକାଇଥିଲେ । ଏଥି ସହ ପ୍ରତ୍ୟେକ ସପ୍ତାହରେ ଏଭଳି ଗ୍ରାମ ସଫା କରିବା ପାଇଁ ସକଳ୍ପ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଯୁବ ସମାଜ ଯୋଗଦେଇ କର୍ଯ୍ୟକ୍ରମଟିକୁ ସଫଳ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ