କୁଡୁମି ଓ କୁମ୍ଭାର ସମ୍ପ୍ରଦାୟ କୁ ଏସଟି ତାଲିକା ରେ ସାମିଲକୁ ବିରୋଧ କରି ମିଳିତ ଆଦିବାସୀ ମଞ୍ଚ ର ଶୋଭାଯାତ୍ରା

କରଞ୍ଜିଆ, (ଜିତେନ୍ଦ୍ର ରାଜ):କୁଡ଼ୁମି ଓ କୁମ୍ଭାର ସମ୍ପ୍ରଦାୟ କୁ ଆଦିବାସୀ ମାନ୍ୟତା ପ୍ରଦାନ କରିବାକୁ ଗତ ୨୨ ତାରିଖରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ତହସିଲଦାରଙ୍କୁ ଚିଠି ନମ୍ୱର୍ ୫୭୩୨ ପ୍ରେରଣ କରାଯାଇଛି। କୁଡୁମୀ ଓ କୁମ୍ଭାର ସମ୍ପ୍ରଦାୟ କୁ ଏସଟି ତାଲିକାରେ ମିଶ୍ରଣ ଯାଜନାକୁ ପ୍ରତିବାଦ କରି ଆଜି ଆଦିବାସୀ ମିଳିତ ମଞ୍ଚ କରଞ୍ଜିଆ ଏକ ବିଶାଳ ସଭାଯତ୍ରା କରାଯାଇଥିଲା । କରଞ୍ଜିଆ ସ୍ଥିତ ସଙ୍ଗୀତ ମହାବିଦ୍ୟାଳୟ ରୁ ହଜାର ହଜାର ସଂଖ୍ୟା ରେ ଆଦିବାସୀ ମାନେ ସଭାଯାତ୍ରା ରେ ଆସି କରଞ୍ଜିଆ ଅତିରିକ୍ତ ତସିଲଦାର ନିତ୍ୟାନନ୍ଦ ସେଠୀ ଓ ଉପ ଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଏହି ସଭା ଯାତ୍ରା ରେ ପଦ୍ମ ଲୋଚନ ଟୁଡୁ, ସୁକାନ୍ତି ନାଏକ, କୃଷ୍ଣ ନାଏକ, ରଞ୍ଜିତ କୁମାର ସଂଖିୟାଳ, ମନଜ କୁମାର ଟୁଡୁ, ଚନ୍ଦ୍ର ହାଁସଦା,ଠାକୁରମୁଣ୍ଡା ବ୍ଲକ ଅଧ୍ୟକ୍ଷା ସରଜିନୀ ମୁଣ୍ଡା, ଭାରତୀ ସିଂ, ଗଣେଶ୍ୱର ଗାଗାରାୟ, ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ। ଏଥିରେ ସେମାନେ ଉଲ୍ଲେଖ କରିଥିଲେ ଯେ ଆଦିବାସୀ ମାନଙ୍କ ଖାଦ୍ୟପେୟ, ପର୍ବ ପର୍ବାଣୀ, ପୂଜାପାଠ ଓ ସାମାଜିକ କାର୍ଯକ୍ରମ କୁଡ଼ୁମୀ ଓ କୁମ୍ଭାର ସମ୍ପ୍ରଦାୟ ଠାରୁ ସମ୍ପୂର୍ଣ ଭିନ୍ନ। କୁଡମି ସଂପ୍ରଦାୟ କେବେବି ଆଦିବାସୀ ନୁହନ୍ତି,ସେମାନେ ଛତ୍ରପତି ଶିବାଜିଙ୍କର ବଂଶଧର ସହ କ୍ଷତ୍ରିୟ ଅଟନ୍ତି। କୁଡ଼ୁମୀ ସଂପ୍ରଦାୟ ର ଲୋକମାନେ ଆର୍ଥିକ ସ୍ଥିତି ରେ ଆଦିବାସୀ ଅପେକ୍ଷା ବହୁଗୁଣ ରେ ସ୍ୱଚ୍ଛଳ ଓ ଉନ୍ନତ। ଯଦି କୁଡୁମୀ ସମ୍ପ୍ରଦାୟ କୁ ଏସଟି ଲିଷ୍ଟ ସାମିଲ କରାଯାଏ ସରଳ ଆଦିବାସୀ ମାନେ ଉନ୍ନତ କୁଡ଼ୁମୀ ସମ୍ପ୍ରଦାୟମାନଙ୍କ ଦ୍ଵାରା ଶୋଷିତ ହେବେ। ଏଥି ସହିତ ସମ୍ବିଧାନ ଦ୍ଵାରା ଆଦିବାସୀ ମାନଙ୍କୁ ଦିଆଯାଇଥିବା ପାଠ ପଢା, ଚାକିରି, ପଦଉନତି ଓ ରାଜନୀତି କ୍ଷେତ୍ର ରେ ଥିବା ସଂରକ୍ଷଣ ବେବସ୍ଥା ରେ ଆଦିବାସୀ ମାନେ ଠକାମୀ ରେ ଶିକାର ହେବେ। ଫଳ ରେ ମୂଳ ଆଦିବାସୀ ସବୁଦିନ ସବୁବେଳେ ଓ ସଦାବେଳେ ପାଇଁ ପ୍ରତାରିତ, ଅବହେଳିତ ଓ ସୋଷିତ ହେବେ ବୋଲି ପ୍ରକାଶ କରିଛନ୍ତି। ଏଥି ପ୍ରତି ଯଦି ସରକାର ସୁଚିନ୍ତିତ ବିଚାର କରାନଯାଏ , ଆଦିବାସୀ ମାନେ ଦ୍ୱିତୀୟ ମଣିପୁର ସ୍ଥିତି ସୃଷ୍ଟି କରିବେ ବୋଲି ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ