କୁଡୁମି ଜାତିକୁ ଆଦିବାସୀ ମାନ୍ୟତା ନେଇ ରାଇରଙ୍ଗପୁର କୁଡୁମି ଭବନ ପରିସରରେ ସମ୍ମିଳନୀ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): କୁଡୁମି ସପ୍ରଦାୟ ଲୋକେ ଓଡିଶା ସମେତ ଝାରଖଣ୍ଡ,ପଶ୍ଚିମବଙ୍ଗ,ଆସାମ,ବିହାର,ଛତିଶଗଡ ପ୍ରମୁଖ ରାଜ୍ୟରେ ବହୁ ସଂଖ୍ୟାରେ ବସବାସ କରୁଛନ୍ତି ପୂର୍ବରୁ ସେମାନଙ୍କୁ ସମ୍ବିଧାନରେ ଆଦିବାସୀ ତାଲିକାଭୁକ୍ତ କରାଯାଇଥିଲା । ସମସ୍ତ ସୁବିଧା ପାଉଥିଲେ ।ପରେ ସରକାର ସେମାନଙ୍କୁ ଆଦିବାସୀ ତାଲିକାରୁ ବାଦ୍ ଦେଇଥିଲେ ଓ ପ୍ରତ୍ୟାହାର କରି ନେଇଥିଲୃ ।ତେଣୁ ପୁନଃ ସେମାନଙ୍କୁ ଆଦିବାସୀ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଗତ କିଛି ବର୍ଷ ହେଲା କୁଡୁମି ସେନା ରାଜ୍ୟ ସଭାପତି ଜୟମୁନି ମହାନ୍ତଙ୍କ ନେତୃତ୍ବରେ ଏକ ବିଶାଳ ଜନ ଆନ୍ଦୋଳନ ଓଡିଶାରେ ଚାଲିଥିବାବେଳେ ଅନ୍ୟ ରାଜ୍ୟରେ ସ୍ଥାନୀୟ ନେତୃତ୍ବଙ୍କ ଦ୍ବାରା ଚାଲିଛି ।ଗତ ଦେଢବର୍ଷରୁ ଉର୍ଦ୍ଧ୍ବ କରୋନା ମହାମାରୀ ପାଇଁ ଲୋକଙ୍କ ଜୀବନ ସୁରକ୍ଷା ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ କଟକଣା ନୀତି ଯୋଗୁଁ ଆନ୍ଦୋଳନ ସ୍ଥଗିତ କରା ଯାଇଥିଲା ।ଏବେ କୋଭିଡ କଟକଣା କୋହଳ ନୀତି ଯୋଗୁଁ ସରକାରଙ୍କ ନୀତି ନିୟମ ଅନୁସାରେ ଆନ୍ଦୋଳନ କୁ ଚାଲୁ ରଖିବା ପାଇଁ କୁଡୁମି ସେନା ଆଗକୁ ଆସିଛି । ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର କୁଡୁମୀ ଭଵନ ପରିସରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ କୁଡୁମି ସେନା ବୈଠକ ଆୟୋଜନ କରାଯାଇଥିଲା ।ପ୍ରାରମ୍ଭରେ କୁଡୁମି ସେନାର ମହିଳା ,ପୁରୁଷ,ଯୁବ,ଛାତ୍ର ମାନେ ତାଙ୍କର ପ୍ରିୟ ନେତା ଜୟମୁନି ମହାନ୍ତଙ୍କୁ ଫୁଲ ତୋଡାଦେଇ ଶଙ୍ଖ,ହୁଳହୁଳିରେ ପାଛୋଟି ନେଇଥିଲେ ।ପରେ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଯେପର୍ଯ୍ୟନ୍ତ କୁଡୁମୀ ଜାତିକୁ କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ମାନ୍ୟତା ନ ଦେଇଛନ୍ତି ସେତେଦିନ ପର୍ଯ୍ୟନ୍ତ କୁଡୁମି ସେନା ଆନ୍ଦୋଳନକୁ ତିବ୍ରରୁ ତିବ୍ରତର କରିବ ବୋଲି ଶପଥ ନେଇଥିଲେ ।ପରେ ଉପଖଣ୍ଡର ସମସ୍ତ ବ୍ଲକର ଯୁବ,ଛାତ୍ର,ଦଳର ନୂତନ କର୍ମକର୍ତା ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା ।ବହୁଦିନ ପରେ କୁଡୁମି ଦଳର ସମସ୍ତ ସଭ୍ୟ/ସଭ୍ୟା ଏକଜୁଟ ହୋଇଥିବାରୁ ସମସ୍ତଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଥିଲା ।


