କୁଡୁମୀ ଏକତା ମଞ୍ଚ ଓଡିଶା ତରଫରୁ ମୟୂରଭଞ୍ଜ ଜିଲ୍ଲା ୧୨ଘଣ୍ଟିଆ ହରତାଳ
କରଞ୍ଜିଆ, (ଜିତେନ୍ଦ୍ର ରାଜ):କୁଡୁମି ଏକତା ମଞ୍ଚ ଓଡିଶା ପକ୍ଷରୁ ଆଜି ସକାଳ ୬ ଘଟିକା ଠାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ କୁଡୁମି ଜାତିକୁ ପୁନଃ ଆଦିବାସୀ ତାଲିକାଭୁକ୍ତ କରିବା ଦାବିନେଇ ହରତାଳ କରାଯାଇଥିଲା ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ତହସିଲଦାରଙ୍କୁ ଦାବିପତ୍ର ଦିଆଯାଇଥିଲା I ଓଡିଶା ସରକାରଙ୍କ କମିଶନର ତଥା ସଚିବଙ୍କ ପତ୍ର ସଂଖ୍ୟା ୧୩୩୮୯ / ଏସ.ଏସ.ଡି ତାରିଖ ୧୦/୦୭/୨୦୧୩ ଅନୁଯାୟୀ ମୟୁରଭଞ୍ଜ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଚିଠି ନଂ-୩୭୩୨/ଡି.ଡବ୍ଲ୍ୟୁ,ଓ ମୟୁରଭଞ୍ଜ ତାରିଖ ୨୨/୮/୨୦୧୩ ରିଖରେ ଜିଲ୍ଲାର ସମସ୍ତ ତହସିଲଦାର ମାନଙ୍କୁ କୁଡୁମି ଜନଜାତିର – ଆଦିମ ଅଧିବାସୀ ସମ୍ପର୍କରେ ପ୍ରମାଣ , ସାଂସ୍କୃତିକ ପରମ୍ପରା (ପ୍ରକୃତି ପୂଜକ) , ଭୌଗୋଳିକ ଦୃଷ୍ଟିକୋଣରୁ ଭିନ୍ନତା , ଉଚ୍ଚ ଜାତିଙ୍କ ସହ ସମ୍ପର୍କ ଆଦି ବିଷୟରେ ସର୍ଭେ କରି ସାତଦିନ ଭିତରେ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବାଲାଗି ନିର୍ଦ୍ଦେଶ ଥିଲା I କିନ୍ତୁ ଏ ପର୍ଯ୍ୟନ୍ତ ଜିଲ୍ଳାର କୌଣସି ତହସିଲଦାର କୌଣସି ସର୍ଭେ ପାଇଁ ପଦକ୍ଷେପ ନେଇନାହାନ୍ତି ତେଣୁ ଓଡ଼ିଶା କୁଡୁମି ଏକତା ମଞ୍ଚ ପକ୍ଷରୁ ଏହି ହରତାଳ ଡାକରାଦିଆଯାଇଥିଲା ଏହି ହରତାଳ ରେ ଓଡିଶା କୁଡ଼ୁମୀ ସେନାର ରାଜ୍ୟ ସଭାପତି ଦିବ୍ୟସିଂ ମହାନ୍ତ, କୁଡୁମି ଏକତା ମଞ୍ଚର ସମ୍ପାଦକ ବେଣୁଧର ମହାନ୍ତ, ଅଶୋକ କୁମାର ମହାନ୍ତ, ଦୁଃଶାସନ ମହାନ୍ତ, ଖଗେଶ ମହାନ୍ତ,ସନ୍ତୋଷ କୁମାର ମହାନ୍ତ, ଦୀନେଶ କୁମାର ମହାନ୍ତ, ରାଜେନ୍ଦ୍ର ମହାନ୍ତ, ନନ୍ଦ କିଶୋର ମହାନ୍ତ,ଚେମି ମହାନ୍ତ, ଶ୍ରୀମତୀ ମହାନ୍ତ, କେଶବତୀ ମହାନ୍ତ, ପାର୍ବତୀ ମହାନ୍ତ, ଅଗନ୍ତି ମହାନ୍ତି, ଦମୟନ୍ତୀ, ସୁଷମା ରାଣୀ ମହାନ୍ତ ପ୍ରମୁଖ କରଞ୍ଜିଆ ସହର ର ଘୋଡାଘାଗୁରି ଛକ, ବାଇପାସ ଛକ, ମହାବୀର ଛକ ରେ ରାସ୍ତାରୋକ କରିଥିଲେ କୁଡୁମି ସେନାର ରାଜ୍ୟସଭାପତି ଦିବ୍ୟସିଂ ମହାନ୍ତ ଆଗାମୀ ୭ ଦିନ ମଧ୍ୟରେ ଯଦି ତହସିଲଦାର ମାନେ ରାଜ୍ୟ ସରକାର ଙ୍କ ନିକଟରେ ସର୍ଭେ ରିପୋର୍ଟ ଦାଖଲ ନକରନ୍ତି ତେବେ ଜିଲ୍ଳାର ସମସ୍ତ ତହସିଲଦାର ଘେରାଉ କରାଯିବା ସହିତ ତହସିଲ କାର୍ଯ୍ୟାଳୟ କୁ ଅଚଳ କରାଯିବ ଓ ଆନ୍ଦୋଳନ ଆହୁରି ତୀବ୍ରତର ହେବ ଏଥିନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀରହିବେ ବୋଲି ସୂଚନା ଦେଇଥିଲେ ହରତାଳ ପ୍ରଭାବ ରେ ବହୁସଂଖ୍ୟା ରେ ଗାଡିମୋଟର ଅଟକି ରହିଥିବା ଦେଖିବାକୁ ମିଳିଥିଲା


