କୁଡୁମୀ ସଂପ୍ରଦାୟକୁ ଆଦିବାସୀ ତାଲିକାରେ ସାମିଲକୁ ମୂଳ ଆଦିବାସୀଙ୍କ ବିରୋଧ
କରଞ୍ଜିଆ, (ଜିତେନ୍ଦ୍ର ରାଜ):କୁଡୁମୀ ସାମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ପ୍ରଦାନ କରିବାକୁ ଗତ ୨୨ ତାରିଖରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ତହସିଲଦାରଙ୍କୁ ଚିଠି ନମ୍ବର ୩୭୩୨ ପ୍ରେରଣ କରାଯାଇଛି।ତୁରନ୍ତ ତହସିଲଦାର ମାନେ ରାଜ୍ୟସରକାର ଙ୍କୁ ରିପୋର୍ଟ ପ୍ରଦାନ ଦାବିରେ କୁଡୁମି ସମାଜ ପକ୍ଷରୁ ଚଳିତ ମାସ ୨0 ତାରିଖ ସାରା ମୟୁରଭଞ୍ଜ ଜିଲ୍ଳାରେ ୧୨ ଘଣ୍ଟିଆ ହରତାଳ କରିଥିଲା ଅନ୍ୟ ପଟେ କୁଡୁମୀ ଓ କୁମାର ସମ୍ପ୍ରଦାୟକୁ ଏସ୍ଟି ତାଲିକାରେ ମିଶ୍ରଣ ଯୋଜନାକୁ ପ୍ରତିବାଦ କରି ଆଦିବାସୀ ମିଳିତ ମଞ୍ଚ ଠାକୁରମୁଣ୍ଡାରେ ଏକ ବିଶାଳ ସଭାଯାତ୍ରା କରିଛି। ରୁଗୁଡିବେଢ଼ା ସ୍ଥିତ ଆମ୍ବତୋଟାରୁ ହଜାର ହଜାର ସଂଖ୍ୟାରେ ଆଦିବାସୀ ମହିଳା, ପୁରୁଷ ଶୋଭାଯାତ୍ରାରେ ବାହାରି ଠାକୁରମୁଣ୍ଡା ତହସିଲଦାର ସୁଶ୍ରୀ ସୁପ୍ରିୟାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଗଣେଶ ଗାଗରାୟ, ସୁଜୁଲାଲ୍ ପାଳେୟା, ବିକ୍ରମ ପିଙ୍ଗୁଆ, ନିମାୟ ମାଝୀ, ଜବାମଣି ଟୁଡୁ, କ୍ଷୀରୋଦ ନାୟକ ପ୍ରମୁଖ ଏହାର ନେତୃତ୍ବ ନେଇଥିଲେ। ଏଥିରେ ସେମାନେ ଉଲ୍ଲେଖ କରିଥିଲେ ଯେ, ଆଦିବାସୀଙ୍କ ଖାଦ୍ୟପେୟ, ପର୍ବ ପର୍ବାଣୀ, ପୂଜାପାଠ ଓ ସାମାଜିକ କାର୍ଯ୍ୟକ୍ରମ କଡ଼ମୀ ଓ କୁମ୍ଭାର ସମ୍ପ୍ରଦାୟ ଠାରୁ ସମ୍ପୂର୍ଣ୍ଣ ଭିନ୍ନ କୁଡୁମୀ ସଂପ୍ରଦାୟ କେବେବି ଆଦିବାସୀ ନୁହନ୍ତି ସେମାନେ ଛତ୍ରପତି ଶିବାଜୀଙ୍କର ବଂଶଧର ସହ କ୍ଷତ୍ରୀୟ ଅଟନ୍ତି କୁଡୁମୀ ସଂପ୍ରଦାୟର ଲୋକମାନେ ଆର୍ଥିକ ସ୍ଥିତିରେ ଆଦିବାସୀ ଅପେକ୍ଷା ବହୁଗୁଣରେ ସ୍ବଚ୍ଛଳ ଓ ଉନ୍ନତା ଯଦି କୁଡୁମୀ ସାମ୍ପ୍ରଦାୟକୁ ଏସିଟି ତାଲିକାରେ ସାମିଲ କରାଯାଏ ସରଳ ଆଦିବାସୀ ମାନେ ଉନ୍ନତ କୁଡୁମୀ ସମ୍ପ୍ରଦାୟ ମାନଙ୍କ ଦ୍ୱାରା ଶୋଷିତହେବେ । ଏଥିସହିତ ସମ୍ବିଧାନ ଦ୍ଵାରା ଆଦିବାସୀଙ୍କୁ ଦିଆଯାଇଥିବା ପାଠପଢା, ଚାର୍ଜର, ପଦୋନ୍ନତି ଓ ରାଜନୀତି କ୍ଷେତ୍ରରେ ଥିବା ସଂରକ୍ଷଣ ବ୍ୟବସ୍ଥାରେ ଆଦିବାସୀମାନେ ଅବହେଳିତ ହେବ ଏଥିପ୍ରତି ସରକାର ସୁଚିନ୍ତିତ ବିଚାର କରିବା ପାଇଁ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି।ଅନ୍ୟ ପଟେ କୁଡୁମି ଜାତିକୁ ଆଦିବାସୀ ମାନ୍ୟତା ଦାବିରେ ଦୀର୍ଘବର୍ଷ ହେବ ଆନ୍ଦୋଳନ ଜାରିରହିଛି ବର୍ତ୍ତମାନ ମୟୁରଭଞ୍ଜ ଜିଲ୍ଳାରେ କୁଡୁମି ସମାଜ ଓ ଆଦିବାସୀ ସମାଜ ମଧ୍ୟରେ ବିରୋଧଭାସ ଯୋଗୁ ଆଗାମୀ ସମୟରେ କିଛି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନା ସୃଷ୍ଟି ହୋଇଛି ଆଦିବାସୀ ସମ୍ପ୍ରଦାୟ ର ଲୋକେ କୁଡୁମି ସମ୍ପ୍ରଦାୟ ର ଲୋକେ ଆଦିବାସୀ ମାନ୍ୟତା ପାଇଲେ ନିଜ ଭବିଷ୍ୟତ ଉପରେ ସନ୍ଦେହନୀ ହୋଇପଡିଛନ୍ତି ଏହି କାର୍ଯ୍ୟକ୍ରମ ର ନେତୃତ୍ୱ ନେଉଥିବା ନେତା ମାନେ ରାଜ୍ୟ ସରକାର ଙ୍କୁ ସତର୍କ କରିବାକୁ ଯାଇ ଯଦି କୁଡୁମି ଓ କୁମ୍ଭାର ଙ୍କୁ ଆଦିବାସୀ ତାଲିକା ରେ ସାମିଲ ନିମନ୍ତେ କରାଯାଇଥିବା ନିଷ୍ପତି ରୁ ନଅହରନ୍ତି ତେବେ ଆଗକୁ ମଣିପୁର ଭଳି ସ୍ଥିତି ଦେଖିବାକୁ ମିଳିବ ଏଥିନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଚେତାବନି ଦେଇଛନ୍ତି ଯାହାର ପ୍ରତିଫଳନ ଆଗାମୀ ସମୟରେ ଦେଖିବାକୁ ମିଳିପାରେ ଗୋଟିଏ ପଟେ ଆଦିବାସୀ ମାନ୍ୟତା ପାଇଁ ଆନ୍ଦୋଳନ ତୀବ୍ର କରିବାକୁ କୁଡୁମି ସେନା ଘୋଷଣା କରିବା ପରେ ମିଳିତ ଆଦିବାସୀ ମଞ୍ଚ ଜିଲ୍ଳାର ସମସ୍ତ ବ୍ଲକରେ କୁଡୁମି ସମ୍ପ୍ରଦାୟ କୁ ଆଦିବାସୀ ମାନ୍ୟତା ବିରୋଧରେ ଏଭଳି ପ୍ରତିବାଦ ଆରମ୍ଭ କରିବା ଦ୍ୱାରା ଉଭୟ କୁଡୁମି ଓ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଅପ୍ରତିକର ପରିସ୍ଥିତି ସୃଷ୍ଟି ହେବା ସହିତ ଦୁଇ ସମ୍ପ୍ରଦାୟ ମୁହାଁ ମୁହିଁ ହେବା ସମ୍ଭାବନା କୁ ଏଡାଇ ଦିଆଯାଇନପାରେ ମୟୁରଭଞ୍ଜ ଭଳି ଶାନ୍ତିପ୍ରିୟ ଜିଲ୍ଳାରେ ଏଭଳି ସମ୍ଭାବନା କୁ ଏଡାଇବା ପାଇଁ ସରକାର ତୁରନ୍ତ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣ ରେ ଦାବୀ ହେଉଛି


