କୁଡୁମୀ ସେନାକୁ ରାଇରଙ୍ଗପୁରରେ ଭଵ୍ୟ ସମ୍ବଦ୍ଧନା
ରାଇରଙ୍ଗପୁର (ଅକ୍ଷୟ ବିଶ୍ବାଳ): କୁଡୁମୀ ସଂପ୍ରଦାୟକୁ ଆଦିବାସୀ ମାନ୍ୟତା ପୁନଃ ଦାବିରେ କୁଡୁମୀ ସେନା,ଓଡିଶା ପକ୍ଷରୁ ଆନ୍ଦୋଳନ ଜୋର ଧରିଛି ।ସୂଚନାଯୋଗ୍ୟ ୧୯୫୦ ମସିହା ସେପ୍ଟେମ୍ବର ୬ତାରିଖରେ କୁଡୁମୀ ଜାତିକୁ ଚକ୍ରାନ୍ତ କରି ଆଦିବାସଘ ତାଲିକାରୁ ବାଦ ଦିଆଯାଇଥିଲା ।ଏହା କୁଡୁମୀ ଜାତି ପ୍ରତି ଘୋର ଅନ୍ୟାୟ କରାଯାଇଥିଲା ।ଏହି ସେପ୍ଟେମ୍ବର ୬ ତାରିଖକୁ ୨୦୧୨ ମସିହାରୁ କୁଡୁମୀ ସଂପ୍ରଦାୟ ତରଫରୁ ସେମାନଙ୍କ ନ୍ୟାୟୋଚିତ ଅଧିକାରରୁ ବଂଚିତ କରାଯାଇଥିବାରୁ କୁଡୁମୀ ସେନା ପକ୍ଷରୁ ଅନ୍ୟାୟ ଦିବସ ବା କଳା ଦିବସ ପାଳନ କରାଯାଇଆସୁଅଛି ।ଏହାକୁ ନେଇ ସେପ୍ଟେମ୍ବର ୬ତାରିଖରେ କୁଡୁମୀ ସେନା,ଓଡିଶା ରାଜ୍ୟ ସଭାପତି ଜୟମୁନି ମହାନ୍ତଙ୍କ ନେତୃତ୍ବରେ ଓଡିଶାର ବିଭିନ୍ନ ପ୍ରାନ୍ତରରୁ ଲୋକେ ଏକ ଘରୋଇ ଵସରେ ସେପ୍ଟେମ୍ବର ୬ରେ ଦିଲ୍ଲି ଯନ୍ତର ମନ୍ତରରେ ପହଞ୍ଚି ସରକାରଙ୍କ ଲୋଚନକୁ ଆଣିବା ପାଇଁ କଳା ଦିବସ ପାଳନ କରିଥିଲେ ।ସେଠାରୁ ଫେରି ରାଇରଙ୍ଗପୁରରେ ପହଞ୍ଚିଲାପରେ ରାଇରଙ୍ଗପୁର ଦୁର୍ଗା ମଣ୍ଡପ ଛକରେ ସେମାନଙ୍କୁ କୁଡୁମୀ ସେନା ପକ୍ଷରୁ ପୁଷ୍ପଗୁଛ ଦେଇ ନୃତ୍ୟଗୀତରେ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।ଏହି ସମ୍ବର୍ଦ୍ଧନା ଉତ୍ସବରେ କୁଡୁମୀ ମହିଳା ସେନା ସୁମନ ମହାନ୍ତ,ସୁଜତା ମହାନ୍ତ,ସରସ୍ବତୀମହାନ୍ତ,କର୍ମି ମହାନ୍ତ,କୈକେୟୀ ମହାନ୍ତ,ସବିତା ମହାନ୍ତ, କୁଡୁମୀ ଓଡିଶା ସେନାରଯୁଧିଷ୍ଠିର ମହାନ୍ତ,କ୍ଷୀରୋଦ ଯହାନ୍ତ,ଜଗନ୍ନାଥ ମହାନ୍ତ,ଡମ୍ବରୁଧର,ଯତୀନ,ଉପେନ୍ଦ୍ର,କୈଳଶ,ପଟେଲ,ଏବଂ କୁଡୁମୀ ଛାତ୍ରସେନା ବରୁଣ ମହାନ୍ତ,ସୁଶାନ୍ତ,ହିତେଶ,ପପୁ,ଦିନେଶ,ଛତିଶ ମହନ୍ତଙ୍କ ସମେତ ବହୁ କୁଡୁମୀ ସେନା କର୍ମି ସାମିଲ ହୋଇଥିଲେ ।