କୁଡୁମୁଲୁଗୁମ୍ମାରେ ଗୋଷ୍ଠିଗତ ଜଙ୍ଗଲ ଜମି ପଟ୍ଟା ବଣ୍ଟନ

ମାଲକାନାଗିରି,(ଡଃ ଶିବ ନାରାୟଣ ପାତ୍ର):ମାଲକାନାଗିରି ଜିଲ୍ଲା ଅନ୍ତର୍ଗତ କୁଡୁମୁଲୁଗୁମ୍ମା ତହସିଲ ପରିସରରେ ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୁଡୁମୁଲୁଗୁମ୍ମା ତହସିଲଦାର କୃଷ୍ଣ ଚନ୍ଦ୍ର ଦାସଙ୍କ ଆବାହକତ୍ୱ ରେ ଏହି ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଧାୟକ ମଙ୍ଗୁ ଖିଲ, ଖଇରପୁଟ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ବଳୀ ମାଝୀ, ବିଡ଼ିଓ ଉମାଶଙ୍କର କୋୟା,ଡିଡାଇ ସ୍ୱତନ୍ତ୍ର ଅଧିକାରୀ କିରାନୀ ନାୟକ, ସମାଜସେବୀ ଅଶୋକ କୁମାର ପରିଡ଼ା, ଲ୍ୟାମ୍ପ ସଭାପତି ଗୋପୀ ପାଙ୍ଗୀ,କୁଡୁମୁଲୁଗୁମ୍ମା ସରପଞ୍ଚ ମଙ୍ଗଳା ମାଢୀ, ପରକନମାଳା ସରପଞ୍ଚ ମେନକାଶ୍ରୀ ଶିଷା, ସମିତି ସଭ୍ୟ ରାମଚନ୍ଦ୍ର ମଲଲୀ, ବରିଷ୍ଠ କିରାଣି ସୋମନାଥ ପାତ୍ର, ସୁପରଭାଇଜର ବିଭୂଦତ୍ତ ଗୈାଡ, ରାଜସ୍ବ ନୀରିକ୍ଷକ ରୁଦ୍ର ପ୍ରସାଦ ଗୈଡ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଖିଲ ନାକାମାମୁଡି ଗ୍ରାମ ପଞ୍ଚାୟତ ର ଆମଲିବେଡା ଓ ଭାଟାଗୁଡା ୨୭ ଜଣ ଓ ସୋମନାଥପୁର ପଞ୍ଚାୟତ ର କାଡାମଗୁଡା ଗ୍ରାମ ର ୬ ଜଣଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଜମି ପଟ୍ଟା ବଣ୍ଟନ ସହ କୁଡୁମୁଲୁଗୁମ୍ମା ଓ ପରକନମାଳା ଗ୍ରାମ ପଞ୍ଚାୟତ ର ୧୨ ଗୋଟି ଗ୍ରାମ ପ୍ରମୁଖ ଙ୍କୁ ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଥିବା ଜଣାପଡିଛି ତତସହିତ ଉକ୍ତ ଜଙ୍ଗଲ ଜମି ର ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସମସ୍ତ ହିତାଧିକାରୀ ମାନଙ୍କୁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମ ର ପରିଚାଳନା ତହସିଲର ବରିଷ୍ଠ କିରାଣି ପ୍ରସାନ୍ତ କୁମାର ପୃଷ୍ଟି ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ତାଙ୍କୁ ପରେଇବର୍ତ୍ତନ ସ°ସ୍ଥା ର ତହସିଲ ସ°ଯୋଜକ ଏସ୍.କେ.ରାଜେଦ ବକ୍ସ ପ୍ରମୁଖ ମିଳିତଭାବେ କାର୍ଯ୍ୟକ୍ରମ ସଞ୍ଚାଳନରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ