କୁଣ୍ଡଳୀରେ ମଙ୍ଗଳ ଥିଲେ ଜୀବନ ହୋଇଯିବ ଛାରଖାର

କୁଣ୍ଡଳୀରେ ମଙ୍ଗଳ ଥିଲେ ମଣିଷର ଶାନ୍ତି ଦୂର ହୋଇଥାଏ । ଚାକିରି ବ୍ୟବସାୟ ଓ ସମ୍ପର୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଏହା ସହ ଦୁର୍ଭାଗ୍ୟ ମାଡ଼ିଆସେ । ତେବେ ମହାଦେବ ଶିବଙ୍କ ନାମ ନେଲେ ମଙ୍ଗଳ ଦୋଷ ଦୂର ହୋଇଥାଏ । ଆସନ୍ତୁ ଜାଣିବା ମଙ୍ଗଳ ଖରାପ ହେଲେ କି ସମସ୍ୟା ହୋଇଥାଏ ଓ ଏହାର ସମାଧାନର ସୂତ୍ର କ’ଣ ।
ମଙ୍ଗଳର ପ୍ରଭାବ: ମଙ୍ଗଳ ହେଉଛନ୍ତି ସେନାପତି । ସେ ଶକ୍ତି, ଉର୍ଜା ଓ ପରାକ୍ରମର ପ୍ରତୀକ । ଏହାର ରଙ୍ଗ ଲାଲ । ମାଟି ଓ ଭୂମିତଳୁ ବାହାରୁଥିବା ସବୁ ଜିନିଷ ଉପରେ ମଙ୍ଗଳଙ୍କ ପ୍ରଭାବ ରହିଥାଏ । ମକର ରାଶିର ମଙ୍ଗଳ ସବୁଠାରୁ ଶକ୍ତିଶାଳୀ ହୋଇଥିବା ବେଳେ କର୍କଟ ରାଶିରେ କମ୍ ଶକ୍ତିଶାଳୀ ଥାଏ ।
ମଙ୍ଗଳ ଖରାପ ଥିଲେ କ’ଣ ହୁଏ: ମଙ୍ଗଳ ଖରାପ ଥିଲେ ଜଣକ ଜୀବନ ଛାରଖାର ହୋଇଯାଇଥାଏ । ମଣିଷର ସ୍ୱଭାବ ରୁକ୍ଷ ହୋଇଯାଇଥାଏ । ଆତ୍ମବିଶ୍ୱାସ ଓ ସାହସ କମି ଯାଇଥାଏ । ସମ୍ପତ୍ତି ଜମିଜମା କ୍ଷେତ୍ରରେ କ୍ଷତି ସହିବାକୁ ପଡ଼ିଥାଏ । ରକ୍ତ ସମ୍ପର୍କକୁ ନେଇ ସମସ୍ୟା ବଢ଼ିିଥାଏ । ଧାର, କରଜ ଓ ମୋକଦ୍ଦମା ଲାଗି ରହିଥାଏ । ବିବାହ ସହ ସମ୍ବନ୍ଧ ଥିଲେ ବୈବାହିକ ଜୀବନ ଖରାପ ହୋଇଯାଇଥାଏ ।
କେମିତି ଦୂର ହେବ ମଙ୍ଗଳ ଦୋଷ:
ମଙ୍ଗଳ ଦୋଷରୁ ସ୍ୱଭାବ ଖରାପ ହେଉଥିଲେ ପ୍ରତିଦିନ ସକାଳେ ଜଳରେ ଲାଲ ଫୁଲ ଭରି ଶିବଙ୍କୁ ଅର୍ପଣ କରନ୍ତୁ । ଏହା ସହ ଲାଲ ଆସନରେ ବସି ଓଁ ନମଃ ଭଗବତେ ରୁଦ୍ରାୟ’ ମନ୍ତ୍ର ୧୫ ଦିନ ଜପ କରନ୍ତୁ । ଆତ୍ମବିଶ୍ୱାସ ଓ ସାହସ କମିଯାଇଥାଏ । ଏପରି ସ୍ଥିତିରେ ପ୍ରତିଦିନ ଲାଲ କପଡା ପିନ୍ଧି ଶିବଙ୍କ ଆଗରେ ବସି ‘ଶିବ ତାଣ୍ଡବ’ ପାଠ କରନ୍ତୁ । ଯଦି ନୃତ୍ୟ ସହ ଶିବ ତାଣ୍ଡବ ପାଠ କରିପାରିବେ ଏହା ଅଧିକ ଫଳବ୍ରତ ହେବ । ଜମିଜମା ଓ ସମ୍ପତ୍ତି ବିବାଦ ଦେଖାଦେଉଥିଲେ ଏହାର ସମାଧାନ ପାଇଁ ପ୍ରତି ମଙ୍ଗଳବାର ମନ୍ଦିର ଯାଇ ଗୁଡ ମିଶା ଜଳ ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ । ଏହା ପରେ ସମ୍ପତ୍ତି ପ୍ରାପ୍ତି ପାଇଁ ବରଦାନ ମାଗନ୍ତୁ । ଏମିତି ୯ ମଙ୍ଗଳବାର କରିବା ପରେ ସମସ୍ୟା ଦୂର ହୋଇଥାଏ । ମଙ୍ଗଳକୁ ବିବାଦ ବଢ଼ାଇବାର ଗ୍ରହ କୁହାଯାଇଥାଏ । ଏହା ଏପରି ସ୍ଥିତି ଆଣେ ଯେ ଆପଣ ଜେଲ ଯିବା ଭଳି ପରିସ୍ଥିତିରେ ପଡ଼ିଯିବେ । ଯଦି କେବେ ଏପରି ସ୍ଥିତି ଉପୁଜେ ତେବେ ପ୍ରତିଦିନ ରାତିରେ ଗାଧୋଇ କି ଧଳା କପଡା ପିନ୍ଧି ଜହ୍ନ ଆଲୁଅରେ ବସି ‘ରୁଦ୍ରାଷ୍ଟକ’ ପାଠ କରନ୍ତୁ । ଏହା ସହ ଶିବ ଶିବ ମଧ୍ୟ ଜପ କରନ୍ତୁ ସମସ୍ୟା ଦୂର ହୋଇଥାଏ । ବୈବାହିକ ଜୀବନରେ ସମସ୍ୟା ଉପୁଜିଲେ ଜାଣିବେ କୁଣ୍ଡଳୀରେ ମଙ୍ଗଳ ରହିଛି । ପ୍ରତିଦିନ ସକାଳେ ଶିବଙ୍କୁ ଧଳା ଓ ପାର୍ବତୀଙ୍କୁ ହଳଦିଆ ରଙ୍ଗର ଫୁଲ ଅର୍ପଣ କରନ୍ତୁ । ଶିବ ପାର୍ବତୀଙ୍କ ଆଗରେ ଘିଅର ଦୀପ ଜାଳି ‘ଓଁ ଉମାମହେଶ୍ୱରାଭ୍ୟାମ ନମଃ’ ଜପ କରନ୍ତୁ । ଏହା ସହ ତିନିମୁଖି ରୁଦ୍ରାକ୍ଷ ଗଳାରେ ଧାରଣ କରନ୍ତୁ । ମଙ୍ଗଳ ଦୋଷ ଯୋଗୁଁ ସମସ୍ୟା ଦେଖା ଦେଇଥାଏ । ଏପରିସ୍ଥିତିରେ ପ୍ରତିଦିନ ଶିବଙ୍କୁ ତମ୍ବା ଲୋଟାରେ ଜଳ ଅର୍ପଣ କରନ୍ତ । ଜଳ ଅର୍ପଣ କରିବା ପରେ ‘ଓଁ ହୌଂ ଜୁଂ ସ’ ମନ୍ତ୍ର ଜପ କରନ୍ତୁ । କିଛି ଜଳ ଲୋଟାରେ ରଖି ଏହାକୁ ପ୍ରସାଦ ଭାବେ ଗ୍ରହଣ କରନ୍ତୁ ।
ଧାରକରଜ କରି କରି ହତାସ ହୋଇଯାଇଚନ୍ତି ଓ ଯଥା ସମ୍ଭବ ଚେଷ୍ଟା କରି ସୁଝି ପାରୁନାହାନ୍ତି । ତେବେ ପ୍ରତିଦିନ ସକାଳେ ଶିବଙ୍କ ପାଖରେ ଲାଲ ଫୁଲ ଅର୍ପଣ କରନ୍ତୁ । ଏହା ସହ ‘ଓଁ ତ୍ରୁଣମୁକ୍ତେଶ୍ୱରାୟ ନମ୍‌’ ମନ୍ତ୍ର ୧୦୮ ଥର ଜପ କରନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ