କୁଣ୍ଡୁଳି ଗ୍ରାମରେ ମଦ ବିକ୍ରି ବନ୍ଦ କରିବା ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ବାଲେଶ୍ଵର, (ସରୋଜ ପଣ୍ଡା) : ବାଲିଆପାଳ ବ୍ଲକ କୁଣ୍ଡୁଳୀ ପଞ୍ଚାୟତ ରେ ଚୋରା ଦେଶୀ ମଦ ଭାଟି ବନ୍ଦ କରିବା ଦାବି କରି ଆଜି କୁଣ୍ଡଳି ପଞ୍ଚାୟତର ମିଶନ ଶକ୍ତି,ସ୍ଵୟଂ ସହାୟକ ଗୋଷ୍ଠୀ ଓ ଜନନୀ ପରିବାର ସଦସ୍ୟା ମାନେ ଜିଲ୍ଲାପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି।ଦୀର୍ଘଦିନ ଧରି କୁଣ୍ଡଳୀ ପଞ୍ଚାୟତରେ ଚୋରା ଦେଶୀ ମଦ କାରବାର ନେଇ ବାରମ୍ବାର ପୋଲିସ ,ଅବକାରୀ ବିଭାଗ କୁ ଜଣାଇଥିଲେ ମଧ୍ୟ ଏହାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ମହିଳା ମାନେ ଅଭିଯୋଗ କରିଛନ୍ତି। ଏ ନେଇ ଆଜି ଜନନୀ ପରିବାର ସଭାପତି ଜ୍ୟୋତ୍ସ୍ନା ମହାନ୍ତି ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।


