କୁତରଙ୍ଗ ପ୍ରାଥମିକ କୃଷିସମବାୟ ସମିତିର ଜମି ସମିତି ନାମରେ ରେକର୍ଡଭୁକ୍ତ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୁତରଙ୍ଗ ପ୍ରାଥମିକ କୃଷିସମବାୟ ସମିତି ପରିଚାଳନା କମିଟି ସଭାପତି ପଦ୍ମନାଭ ସାହୁଙ୍କ ନେତୃତ୍ୱରେ ସମିତିର ନିର୍ଦେଶକମାନେ ଶୁକ୍ରବାର ଜିଲ୍ଲାପାଳଙ୍କୁ କୃଷି ସମବାୟ ସମିତିର ଜମିକୁ ସମିତି ନାମରେ ରେକର୍ଡଭୁକ୍ତ କରାଯିବା ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ଦାବି ହେଉଛି ଯେଉଁ କୃଷି ସମବାୟ ସମିତିର ନିଜସ୍ୱ ଜମି ରହିଛି ସେହି ସବୁ ସମିତିର ଗୃହ ନିର୍ମାଣ ପାଇଁ ରାଜ୍ୟ ସରକାର ଆବଶ୍ୟକ ଅନୁଦାନ ପ୍ରଦାନ କରିବା କଥା । କିନ୍ତୁ ତାଙ୍କ କୃଷି ସମବାୟ ସମିତି ନାମରେ ଜମି ନ ଥିବାରୁ ସେମାନେ ସମସ୍ୟାରେ ପଡିଛନ୍ତି । ଫଳରେ ତାଙ୍କ ସମିତି ନିଜସ୍ୱ ଗୃହ ନିର୍ମାଣ ପାଇଁ ସରକାରୀ ଅନୁଦାନ ପାଇବାରୁ ବଞ୍ôଚତ ହୋଇଛି । କିନ୍ତୁ ପ୍ରକୃତରେ ତାଙ୍କ ସମିତିର କୁତରଙ୍ଗ ମୌଜାରେ ୨୫୫ନମ୍ବର ଖାତାର ୪୦୩ ନମ୍ବର ପ୍ଲଟ ଉପରେ ଏ୦. ୧୧୦ଡିସିମିଲ ଜମିରେ କୁତରଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଖାଦ୍ୟଶସ୍ୟ ମହଜୁଦ୍ ପାଇଁ ଯେଉଁ ଗ୍ରୀନଗୋଲା ରହିଛି ତାହା ହେଉଛି ତାଙ୍କ ସମବାୟ ସମିତିର ଜମି । କିନ୍ତ୍ରୁ ସେହି ଖାତା ଓ ପ୍ଲଟରେ ଥିବା ମାତ୍ର ୪ଡିସିମିଲ ଜମିରେ ସମିତି କାର୍ଯ୍ୟାଳୟ ରହିଛି । ପୂର୍ବରୁ ସମବାୟ ସମିତି ଓ ପଞ୍ଚାୟତ ଦୁଇଟି ଯାକ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ଅଧିନରେ ରହି ଆସିଥିବାରୁ ବିଗତ ଚକବନ୍ଦି ବେଳେ ସଂପୂର୍ଣ୍ଣ ଜମି ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ନାମରେ ରେକର୍ଡ ଭୁକ୍ତ ହୋଇଯାଇଛି । କିନ୍ତୁ ବର୍ତ୍ତମାନ ସେହି ଜମି ସମବାୟ ସମିତି ନାମରେ କୌଣସି ମାଲିକାନା ସତ୍ୱ ନଥିବାରୁ ସେହି ସମିତି ସରକାରୀ ଅନୁଦାନରୁ ବଞ୍ôଚତ ହୋଇଛି । ତେଣୁ ଗ୍ରୀନଗୋଲା ଥିବା ଜମିକୁ ବର୍ତ୍ତମାନର ସମବାୟ ସମିତିକୁ ହସ୍ତାନ୍ତର କରାଯିବା ନିମନ୍ତେ ରାଜ୍ୟ ସରକାରଙ୍କ ଆଦେଶନାମା ରହିଥିବାରୁ ଗ୍ରୀନଗୋଲା ଚାଲୁଥିବା ସମବାୟ ସମିତି ଜମିକୁ କୁତରଙ୍ଗ ପ୍ରାଥମିକ ସମବାୟ ସମିତିକୁ ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ପ୍ରଦାନ ସହିତ ସେହିି ଜମିର ମାଲିକାନା ସତ୍ୱ ସମବାୟ ସମିତି ନାମରେ ରେକର୍ଡଭୁକ୍ତ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛିି । ଯାହା ଫଳରେ ଏହି ସମବାୟ ସମିତି ଅଧିନ କୁତୁରଙ୍ଗ, ଢୋଲ ଓ ନିକିରାଇ ୩ଟି ପଞ୍ଚାୟତର ୪ହଜାରରୁ ଉର୍ଦ୍ଧ୍ୱ ସଭ୍ୟମାନେ ସେହି ସମବାୟ ସମିତିରୁ ଋଣ, ସାର, ବିହନ ପ୍ରଭୃତି ପାଇପାରିବା ସହ ଧାନ ବିକ୍ରି କରିବା ପାଇଁ ସୁଯୋଗ ପାଇପାରିବେ ବୋଲି ପୂର୍ବତନ ସରପଞ୍ଚ ସୀତାସୁନ୍ଦରୀ ମଲିକ, ସମିତି ସଭ୍ୟା ମିନତୀ ଦାସ, ଯୁବନେତା ନରୋତ୍ତମ ମଲିକ, ପ୍ରକାଶ ଦାସ, ସୁଜାତା ଦାସ, ରାମଚନ୍ଦ୍ର ଦାସ, ମହେନ୍ଦ୍ର ସାହୁ, ଜୟନ୍ତ ମହାନ୍ତି, ସୁମିତ୍ରା ବେହେରା, ପ୍ରଦିପ ନାୟକ, ପ୍ରସାନ୍ତ ସେଣ, ମାୟାଧର ସାହୁ, ବିପିନ ମଲିକ, ଦୁର୍ଯ୍ୟୋଧନ ଜେନା ପ୍ରମୁଖ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ ।