କୁତୁରଙ୍ଗ ପଂଚାୟତ ପକ୍ଷରୁ ବିଧାୟକଙ୍କୁ ସ୍ୱାଗତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଭାବେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଓ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ନୂତନ ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି । ବିଧାୟକ ଶ୍ରୀ ବେହେରାଙ୍କୁ ମହିଳା ସଶକ୍ତି କରଣ ଓ ଅନୁସୂଚିତ ଜାତି କଲ୍ୟାଣ କ୍ଷେତ୍ରରେ ସାଙ୍ଗଠନିକ ଏବଂ ବିଧାୟକ ଶ୍ରୀ ନାୟକଙ୍କୁ ଓଡିଶା ମୋ ପରିବାରର ଦାୟିତ୍ୱ ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୁତୁରଙ୍ଗ ପଂଚାୟତ ପକ୍ଷରୁ ସରପଂଚ ସୀତାସୁନ୍ଦରୀ ମଲ୍ଲିକ, ଯୁବନେତା ନରୋତ୍ତମ ମଲ୍ଲିକ, ପଂଚାୟତ ସଭାପତି ଗୋଲକ ଚନ୍ଦ୍ର ଜେନା, ଅଶୋକ ଜେନା, ଦୁଃଶାସନ ମଳିକ, ମନୋଜ କୁମାର ଜେନା, ଦିଲ୍ଲିପ କୁମାର ଦାସ, ରମେଶ ଚନ୍ଦ୍ର ପରିଡା, ନିରଞ୍ଜନ ବଳ, ରଞ୍ଜନ କୁମାର ସ୍ୱାଇଁ, ଅଜୟ କୁମାର ସ୍ୱାଇଁ, ପଦ୍ମନାଭ ସାହୁ, ସୁରେଶ ସ୍ୱାଇଁ, ପ୍ରଫୁଲ୍ଲ ସ୍ୱାଇଁ, ବିଦ୍ୟାଧର ମଳିକ, ଅଭିଜିତ ଥାଟୋଇ, ରଶ୍ମିରଞ୍ଜନ ଥାଟୋଇ, ଦେବ ପ୍ରସାଦ ମହାନ୍ତି, ଶ୍ରୀଧର ଥାଟୋଇ, ମଥୁରୀ ମଳିକ, ନୃସିଂହ ଚରଣ ରାଉତ, ଦେବଦତ୍ତ ଜେନା, ଶ୍ରୀକାନ୍ତ ମହାପାତ୍ର, ପ୍ରଦୀପ କୁମାର ଆଚାର୍ଯ୍ୟ, ଜ୍ଞାନଲୋଚନ ବେହେରା, ମହାପ୍ରସାଦ ମହାନ୍ତି, ପାରେଶ୍ୱର ଜେନା, ଯୁଦ୍ଧିଷ୍ଠିର ସାହୁ ଓ ପ୍ରଭାକର ଦାସ ପ୍ରମୁଖ ବିଧାୟକ ଶ୍ରୀ ବେହେରା ଓ ବିଧାୟକ ଶ୍ରୀ ନାୟକଙ୍କୁ ସ୍ୱାଗତ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ