କୁତୁରଙ୍ଗ ପଞ୍ଚାୟତରେ ସ୍ମାର୍ଟକାର୍ଡ ବଣ୍ଟନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୁତୁରଙ୍ଗ ପଞ୍ଚାୟତରେ ମଙ୍ଗଳବାର ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନ କରାଯାଇଛି । ଏହି ଉପଲକ୍ଷେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଉତ୍ସବରେ ସରପଞ୍ଚ ସୀତାସୁନ୍ଦରୀ ମଲ୍ଲିକ ଯୋଗଦେଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀମାନଙ୍କୁ ସ୍ମାର୍ଟକାର୍ଡ ବଣ୍ଟନ କରିଥିଲେ । ଏଥିସହିତ ସରପଞ୍ଚ ଶ୍ରୀମତୀ ମଲିକ ପଞ୍ଚାୟତର ବିଷ୍ଣୁଦାସପୁର, ବିଲମୁଗବାଡି, ଡିହମୁଗବାଡି ଓ କୁତୁରଙ୍ଗ ଗ୍ରାମ ଗୁଡିକର ୫୦୬ଜଣ ହିତାଧିକାରୀଙ୍କୁ ମିଷ୍ଠାନ୍ନ ଖୁଆଇ ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ବିଡିଓ ଅନିରୁଦ୍ଧ ବେହେରା, ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନସ କୁମାର ମଲିକ, ଶିକ୍ଷକ ଲକ୍ଷ୍ମୀଦତ୍ତ ମହାପାତ୍ର, ଶିକ୍ଷୟତ୍ରୀ ମାତାଜୀ ସାହୁ, ଅଙ୍ଗନୱାଡିକର୍ମୀ ମିନତୀ ମଲିକ, ସୁପ୍ରଭା ରାଉତ, ପ୍ରମିଳା ମଲିକ, ଆଶାକର୍ମୀ ଝରଣା ମଲିକ, ପାର୍ବତୀ ସାହୁ, ଯୁବନେତା ନରୋତ୍ତମ ମଲିକ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମଟି ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ