କୁନି ଓଠରୁ ଜଗନ୍ନାଥ ବାଣି

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :ବାଲିଗୁଡା ମା ପାଟଖଣ୍ଡା ମନ୍ଦିର ପରିସରରେ ଚାଲିଛି କୁନି ଓଠରୁ ଜଗନ୍ନାଥ ବାଣି ପ୍ରବଚନ । ଗତ୨୪ ତାରିଖରୁ ଏହି ପ୍ରବଚନ ଆରମ୍ଭ ହୋଇଛି ଏବଂ ୨୮ ତାରିଖରେ ପର୍ଯ୍ୟନ୍ତ ଚାଲିବ ।ସଂନ୍ଧ୍ୟା ୭ଟାରୁ ରାତ୍ର ୧୦ ପର୍ଯ୍ୟନ୍ତ ଚାଲୁଛି ପ୍ରବଚନ । କୁନି ପ୍ରବଚକ ଶ୍ରୀ କେଶବ ଦାସ ଦୁତିକୃର୍ଷ୍ଣ ନିଜ ପ୍ରବଚନରେ ଶ୍ରଦ୍ଧାଳୁ ମାନଙ୍କୁ ନିଜକଥାମୃତରେ ବାନ୍ଧିରଖୁଛନ୍ତି । ଶ୍ରୀ ଜଗନ୍ନାଥ ସଂସ୍କୃତି ଉପରେ ପ୍ରବଚନ ଦେବା ସହ ସ୍ନୋତା ମାନଙ୍କୁ ଜଗନ୍ନାଥ କଥାମୃତ କହିବା ସହ ବେଦଶ୍ଖୋକ ଓ ଭଜନ ଆଦି ନିଖୁଣ ଭାବରେ କହିବା ସହ ଛୋଟପିଲା କିଭଳି ଏତେ ନିଖୁଣ ଭାବରେ ପ୍ରବଚନ ଦେବା ସହ ବେଦ ଓ ଭଜନ ଆଦି କହିପାରୁଛନ୍ତି ତାହା ଆଶ୍ଚର୍ଯ୍ୟର କଥା । ପ୍ରବଚକଙ୍କୁ ମାତ୍ର ୧୧ ବର୍ଷ ହୋଇଛି ଓ ଷଷ୍ଠ ଶ୍ରେଣୀରେ ପାଠ ପଢୁଛନ୍ତି । ଏତେ କମ ବୟସରୁ ଏତେ ଆଧ୍ୟାତ୍ମିକ ଓ ଜଗନ୍ନାଥ ସଂସ୍କୃତି ଉପରେ ଗଭୀର ଜ୍ଞାନକୁ ନେଇ ଚର୍ଚ୍ଚା ହେଉଛି । ତାଙ୍କ ବାପା ମନୋଜ କୁମାର ଦାସଜଣେ ବାଣୀଜ୍ୟ ବିଭାଗର ଅଧ୍ୟାପକ । ତାଙ୍କ ବାପା କହିବା ପ୍ରକାରେ ତାଙ୍କ ପୁଅ କଥା କହିବା ଦିନଠାରୁ ଭଗବାନ ବାଣି ଉପରେ କହିଚାଲିଛି ଓ ଭଗବାନଙ୍କ ପୁଜାପାଠ ଉପରେ ଆଗ୍ରହ କରି ପୁଜାପାଠ କରୁଛି । ଗୀତା ଭାବଗବତ ଜ୍ଞାନ ବହୁତ ରହିଛି ଏବଂ ନିଜେ ହାରମୁନିୟମ ଓ ଡୁବିତାବାଲା ଉପରେ ବି ଜ୍ଞାନ ରହିଛି ଓ ବଜାଉଛି । ସେ ପାଠପଢାରେ ବି ଭଲ କରୁଛନ୍ତି ତାଙ୍କ କ୍ଲାସରେ ୯୫ ଶତକଡାରୁ ଅଧିକ ମାର୍କ ରଖୁଛନ୍ତି । ପ୍ରବଚନ ଶୁଣିବାକୁ ସଂନ୍ଧ୍ୟା ସମୟରେ ପାଟଖଣ୍ଡା ମନ୍ଦିର ପରିସରରେ ବାରି ଭିଡକମୁଛି । ମା ପାଟଖଣ୍ଡା ଦୁର୍ଗାପୁଜା ସମିତିର ସଭାପତି ଲୋକନାଥପାଢି, ସମ୍ପାଦକ ଟି ଶ୍ରିନିବାସ ରାଓ, ସହ ସମ୍ପାଦକ ଭଗବତୀ ପ୍ରସାଦ ସାବତ ଓ ଶ୍ରୀନିବାସ ଦୋରା, ସୀତାରାମଦାସ, ମଦନ ମୋହନ ପାଢୀ, ଭଗବାନ ପଣ୍ଡା ଏବଂ ଅନ୍ୟମାନେ ଏହି କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ