କୁନ୍ତରାରେ ଅବିଭାବକ- ଶିକ୍ଷକ ସମ୍ମିଳନୀ କାର୍ଯ୍ୟକ୍ରମ
ଜମନକିରା, (ଯୁଗାବ୍ଦ ନ୍ୟୁଜ):କୁଚିଣ୍ଡା ବ୍ଲକ ଗୋକୁଳ ପାର୍ବତୀ ଗ୍ରାମ୍ଯ ମହାବିଦ୍ୟାଳୟ, କୁନ୍ତରାରେ ଅବିଭାବକ- ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କୁନ୍ତରା କଲେଜର ଅଧ୍ୟକ୍ଷ ଶ୍ରୀ ଦୁର୍ଯ୍ୟୋଧନ ମେହେର ଓ ଶ୍ରୀଯୁକ୍ତ ଖଗପତି ଅମାତ,ଅଧ୍ୟାପକ, ଇତିହାସ ବିଭାଗଙ୍କ ସଭାପତିତ୍ବରେ ହଲ୍ -୪ ରେ ହାରାହାରି ଶତେକ ଅବିଭାବକ ଉପସ୍ଥିତ ରହି ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା, ଛାତ୍ର ଛାତ୍ରୀଙ୍କ ଅସୁବିଧା ସୁବିଧା , ମହାବିଦ୍ୟାଳୟର ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ସମ୍ପର୍କ ରେ ସମ୍ଯକ ଆଲୋଚନା କରିଥିଲେ । ମହାବିଦ୍ୟାଳୟ ପରିସରରେ ଶାନ୍ତି ଶୃଙ୍ଖଳା ଓ ଅନୁଶାସନ ବଜାୟ ରଖିବା ପାଇଁ ଛାତ୍ର ଛାତ୍ରୀଙ୍କ ବିଦ୍ୟାଳୟ ଦ୍ୱାରା ନିର୍ଦ୍ଦେଶିତ ପୋଷାକ ଆଦିର ଶାଳୀନତା ରକ୍ଷା ପୂର୍ବକ ପରିଧାନ ,ଉପଯୁକ୍ତ କେଶବିନ୍ୟାସ ଉପରେ ଗୁରୁତ୍ବ ଦିଆଯାଇଥିଲା । ନାବାଳକଙ୍କ ଦ୍ବାରା ଯାନବାହାନର ବ୍ୟବହାର ଉପରେ ଅଙ୍କୁଶ ଓ ଗୋଟିଏ ଗାଡ଼ିରେ ଦୁଇରୁ ଅଧିକ ପିଲାଙ୍କ ବସିବା ନେଇ ସମ୍ଭାବିତ ବିପଦ ଉପରେ ଆଲୋଚନା ହୋଇଥିଲା । ଏତଦବ୍ୟତୀତ ଶ୍ରେଣୀରେ ପିଲାଙ୍କ ଉପସ୍ଥାନ, ଶ୍ରେଣୀ ମଧ୍ଯରେ ଶୃଙ୍ଖଳା ରକ୍ଷା , ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ନିଶାଦ୍ରବ୍ୟ ବ୍ୟବହାର ଓ ବର୍ଜନ ସଂକ୍ରାନ୍ତ ରେ ସଚେତନତା , ହଷ୍ଟେଲ ସମ୍ବନ୍ଧୀୟ ଯାବତୀୟ ସମସ୍ୟା ଆଦି ବିଷୟ ଆଲୋଚନା କରାଯାଇ ଏହାର ନିରାକରଣ ଓ ସମାଧାନ ପାଇଁ ଅଧ୍ୟାପକ ଅଧ୍ୟାପିକା ଓ ଅଭିଭାବକଙ୍କ ମିଳିତ ଉଦ୍ୟମ ଉପରେ ଚର୍ଚ୍ଚା କରାଯାଇଥିଲା । ମହାବିଦ୍ୟାଳୟର ଆଗାମୀ ଲକ୍ଷ ଓ ଉଦ୍ଦେଶ୍ଯ, ନିୟମାବଳୀ , ଭବିଷ୍ୟଦୃଷ୍ଟି ସମ୍ପର୍କରେ ଶ୍ରୀ ଟିକେଲାଲ ମେହେର ,ଅଧ୍ୟାପକ, ଅର୍ଥନୀତି ବିଭାଗ,NSS ସଂପାଦକ ତରୁଣ କୁମାର ପୃଷେଠ ,ଅଧ୍ୟାପକ, ସଂସ୍କୃତ ବିଭାଗ , ଶ୍ରୀ ଖଗପତି ଅମାତ,ଅଧ୍ୟାପକ, ଇତିହାସ ବିଭାଗ ,ଶ୍ରୀ ଯୋଗୀନ୍ଦ୍ର ମୁଦୁଲି, ଅଧ୍ୟାପକ, ରାଜନୀତି ବିଜ୍ଞାନ ବିଭାଗ , ରେଡକ୍ରସର ସଂପାଦକ ଶିବଶଙ୍କର ମଲ୍ଲିକ, ଅଧ୍ୟାପକ,ଗଣିତ ବିଭାଗ ଅତିଥି ଅବିଭାବକଙ୍କୁ ସୂଚୀତ କରାଇଥିଲେ । ଲେଡିଜ୍ ହଷ୍ଟେଲର ଅଧୀକ୍ଷିକା ଦୀପିକା ବେହେରା ହଷ୍ଟେଲ ଓ ଏହାର ନିୟମାବଳୀ, ବିଭିନ୍ନ ଅନ୍ତେବାସିକ ସମସ୍ୟା ଉପରେ ଆଲୋକପାତ କରିଥିଲେ ।ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ବିଭାଗର ଅଧ୍ୟାପକ, ଅଧ୍ୟାପିକା , ଅଣଶିକ୍ଷକ କର୍ମଚାରୀ ତଥା ଛାତ୍ରଛାତ୍ରୀ ଉପସ୍ଥିତ ରହି ସଭାଟିକୁ ସାଫଲ୍ଯମଣ୍ତିତ କରିଥିଲେ । ସବାଶେଷରେ ଶ୍ରୀ ମୁଦୁଲି ଧନ୍ୟବାଦ ଅର୍ପଣ କରିବା ସହ ଶ୍ରୀ ଅମାତ ସଭା ସାଙ୍ଗ ଘୋଷଣା କରିଥିଲେ ।