କୁମର ହେଲେ କନ୍ଧମାଳ ଜିଲ୍ଲା ବି.ଏଡ଼. ଶିକ୍ଷକ ସଂଘର ସଭାପତି
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବି.ଏଡ଼ ଯୋଗ୍ୟତା ଧାରୀ ଶିକ୍ଷକ ସଂଘର ସଭାପତି ଭାବେ କୁମର ପରାସେଟଙ୍କୁ ମନୋନୀତ କରିଛନ୍ତି କନ୍ଧମାଳ ଜିଲ୍ଲାର ବି.ଏଡ଼ ଶିକ୍ଷକ ଶିକ୍ଷୟିତ୍ରୀ ମାନେ । ଏ ନେଇ ଫୁଲବାଣୀ ସ୍ତିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଏକ ଜରୁରୀ କାଳୀନ ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ୧୨ଟି ବ୍ଲକର କର୍ମକର୍ତା ମାନଙ୍କୁ ନେଇ ଏହି ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ସଙ୍ଘକୁ ପୁନର୍ଗଠନ କରାଯାଇ ନୂତନ କର୍ମକର୍ତା ଚୟନ କରାଯାଇଥିଲା । ତୁମୁଡିବନ୍ଧ ବ୍ଲକର ଶିକ୍ଷକ କୁମର ପରାସେଟ ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ବିଜୟାନନ୍ଦ ଦାସ, ବନଲତା ନାୟକ ଉପସଭାପତି ଭାବେ ମନୋନୀତ ହୋଇଥିଲେ । କାହ୍ନୁ ଚରଣ ସାହାଣୀଙ୍କୁ ସମ୍ପାଦକ ଉତ୍କଳ କେଶରୀ ବିଭାରଙ୍କୁ ଯୁଗ୍ମ ସମ୍ପାଦକ, ଦୁତିକୃଷ୍ଣ ପଣ୍ଡାଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା । ଉକ୍ତ ବୈଠକରେ ପ୍ରାଥମିକ ବି.ଏଡ଼ ଶିକ୍ଷକଙ୍କୁ ଟି.ଜି. ଶିକ୍ଷକ ମାନ୍ୟତା, ଟି.ଜି. ସ୍କେଲରେ ଦରମା, ୬ବର୍ଷ ଠିକା ସମୟ କୁ ନିୟମିତ ଚାକିରୀ କାଳରେ ପରିଗଣିତ କରିବା ଏବଂ ପଦୋନ୍ନତି ସମୟରେ ସେକେଣ୍ଡାରୀକୁ ଚୟନ ନିମନ୍ତେ ସୁଯୋଗ ଦେବା ନେଇ ଆଲୋଚନା କରାଯିବା ସହିତ ରାଜ୍ୟ ସରକାରଙ୍କୁ ଉପଯୁକ୍ତ ଫୋରମ ଜଣାଇବା ନିମନ୍ତେ ନିଷ୍ପତ୍ତି ହୋଇଥିଲା। ସରକାର ଉପରୋକ୍ତ ସମସ୍ୟାର ସମାଧାନ କରିବା ଦିଗରେ ପଦକ୍ଷେପ ନନେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଆଲୋଚନା ହୋଇଥିଲା ।


